ମୋ ନିୟୁଜ ଓଡିଶା ବନ୍ଧୁ ଗଣ 🙏
ଭାରତ ବିକାଶ ପରିଷଦ
ବ୍ରହ୍ମପୁର ଶାଖା ଦ୍ଵାରା ସୋନି ଚୌରାଶିଆ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା l
*ସ୍କେଟିଂ କରି ସୋନି ଚୌରାଶିଆ ଙ୍କ ଭାରତ ଭ୍ରମଣ*
=====≈============== ଜାନୁଆରୀ, ୨୦୨୫
ସକାଳେ ବ୍ରହ୍ମପୁର ଉପକଣ୍ଠସ୍ଥ ଲାଞ୍ଜିପଲ୍ଲୀ ଏନ୍.ଏଚ୍ ବାଇପାସ୍ ଠାରେ ଭାରତ ବିକାଶ ପରିଷଦ, ବ୍ରହ୍ମପୁର ଶାଖା ଦ୍ଵାରା ସ୍କେଟିଂ ମହିଳା ସୋନି ଚୌରାସିଆ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି l
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୩୪ ବର୍ଷୀୟ ସୋନି ଚୌରାସିଆ ଗିନିସ ବୁକ ରେ ୱାର୍ଲ୍ଡ ରେକର୍ଡ କରିବା ପାଇଁ ଉତ୍ତର ପ୍ରଦେଶର ବାରାଣାସୀ ରୁ ଜାନୁଆରୀ ୨୦ ତାରିଖରୁ ସ୍କେଟିଂ କରି ଭାରତ ଭ୍ରମଣ ରେ ଯାତ୍ରା ଆରମ୍ଭ କରିଛନ୍ତି l ସେ ବାରଣାସୀ ବାସିନ୍ଦା ଅଟନ୍ତି l ୧୧୩ ଦିନରେ ୨୨ ରାଜ୍ୟ ଏବଂ ୧୦୫୫୦ କି. ମି ଭ୍ରମଣ ସୋନି ଙ୍କ ଲକ୍ଷ୍ୟ ଓ ଗିନିସ ୱାର୍ଲ୍ଡ ରେକର୍ଡ ପ୍ରାପ୍ତ କରିବା ଲକ୍ଷ୍ୟରେ ଏ ସ୍କେଟିଂ ଯାତ୍ରା ବୋଲି କହିଛନ୍ତି l
ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ ବାରାଣାସୀ ରୁ ଯାତ୍ରା ଆରମ୍ଭ କରିଥିବା ବେଳେ ମେ ମାସ ୧୨ ତାରିଖ ୧୧୩ ଦିନ ରେ ଯାତ୍ରା କାଶୀ ବନାରସ ରେ ସମାପ୍ତ କରିବା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି l
ଗତକାଲି ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲା ରେ ପ୍ରବେଶ କରିଥିଲେ, ରାତିରେ ଛତ୍ରପୁର ରେ ଅବସ୍ଥାନ କରି ଆଜି ସକାଳେ ୭.୩୦ ରେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ ଠାରେ ପହଞ୍ଚିଥିଲେ l
ସେଠାରେ ଭାରତ ବିକାଶ ପରିଷଦ ବ୍ରହ୍ମପୁର ଶାଖା ସଭାପତି ଇଂ. ସୀମାଞ୍ଚଳ ଦାଶ, ସମ୍ପାଦକ ପ୍ରସନ୍ନ କୁମାର ଛୋଟରାୟ ,ସଂଗଠନ ସମ୍ପାଦକ ରୁଦ୍ର ପ୍ରସାଦ ସିଂଦେଓ ପ୍ରମୁଖ ଶ୍ରୀମତୀ ସୋନି ଙ୍କୁ ଉପଢୌକନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ l
ଅନ୍ୟମାନଙ୍କ ମଧ୍ୟରେ
ବାଳକୃଷ୍ଣ ସାମନ୍ତରାୟ ସକାଳ ପଦଯାତ୍ରା କରୁଥିବା ପଥ ଯାତ୍ରୀ ଅନ୍ୟାନ୍ୟ ସଦସ୍ୟମାନେ ତଥା ସ୍ଥାନୀୟ ଜନସାଧାରଣ ଶ୍ରୀମତୀ ସୋନି ଚୌରାସିଆ ଙ୍କୁ ଉପଢୌକନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ l
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀମତୀ ସୋନି ୫ ଟି ରାଜ୍ଯ ଯଥା ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଓଡିଶା ଭ୍ରମଣ ସାରି ଆଜି ଆନ୍ଧ୍ର ପ୍ରଦେଶ ରେ ପ୍ରବେଶ କରିବେ ବୋଲି ପ୍ରକାଶ କରିଛନ୍ତି l
ସମସ୍ତଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ ଶରୀର ସୁସ୍ଥ ରହିଲେ ସମାଜ ଓ ଦେଶ ସୁସ୍ଥ ରହିବ l ସେ କହିଛନ୍ତି ଯେ ଯୋଗ କରିବା ଦ୍ୱାରା ସମସ୍ତେ ନିରୋଗ ରହିବା l ଯୋଗ କରିବା ସମାଜର ସବୁ ବର୍ଗର ଲୋକମାନଙ୍କ ଅତ୍ୟନ୍ତ ଜରୁରୀ l ତେଣୁ ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ l
ଏହା ସହ ସେ କହିଛନ୍ତି ଯେ ସମାଜ ରେ ମହିଳା ମାନେ ଅଗ୍ରଣୀ ଭୂମିକା ଗ୍ରହଣ କଲେ ସମୃଦ୍ଧ ସମାଜ ସମୃଦ୍ଧ ଦେଶ ଗଠନ ହୋଇପାରିବ l
ତାଙ୍କ ସହ ତାଙ୍କର ଗୁରୁ ରାଜେଶ ଧାଗ୍ରା, ଡାକ୍ତର ସଚିନ ରୋହିଲ୍ଲା, ଅମନ ରୋହିଲ୍ଲା, କାର୍ତ୍ତିକେୟ ଚୌରାଶିଆ ଯାତ୍ରା କରୁଛନ୍ତି l
ଓଡ଼ିଶାରେ ଚାରିଦିନ ଯାତ୍ରା କଲାପରେ ଆଜି ଆନ୍ଧ୍ର ପ୍ରଦେଶ ରେ ପ୍ରବେଶ କରିବେ ବୋଲି ଶ୍ରୀମତୀ ସୋନି ସୂଚନା ଦେଇଛନ୍ତି l
ଭାରତ ବିକାଶ ପରିଷଦ ସମ୍ବର୍ଦ୍ଧନା ଜଣାଇବା ସହିତ ତାଙ୍କର ଯାତ୍ରା ର ଶୁଭକାମନା ଜଣାଇଥିଲେ l
ପ୍ରସନ୍ନ କୁମାର ଛୋଟରାୟ
ସମ୍ପାଦକ
ଭା.ବି.ପ, ବ୍ରହ୍ମପୁର ଶାଖା