ବସୁନ୍ଧରା ଯୋଜନା ରାଜସ୍ୱ ମନ୍ତ୍ରୀଙ୍କ ଦ୍ୱାରା ପଟ୍ଟା ବଣ୍ଟନ, ଡିସେମ୍ବର ଶେଷ ସୁଦ୍ଧା ଭୂମି ହୀନ କେହି ରହିବେ ନାହିଁ : ସୁରେଶ ପୂଜାରୀ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ଜଗନ୍ନାଥ ପ୍ରସାଦ ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ତହସିଲ ଅନ୍ତର୍ଗତ ଅର୍ନପୂର୍ଣ୍ଣା  କଲ୍ୟାଣୀ ମଣ୍ଡପ ଠାରେ ଓଡିଶା ସାରକାରଙ୍କ ରାଜସ୍ୱ ଓ ବିପର୍ଯୟ ବିଭାଗର ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ ୨୫୦ଜଣ ହିତାଧିକାରୀଙ୍କୁ ବସୁନ୍ଧରା ଓ ଗ୍ରାମକଣ୍ଠ ଘରବାରି ପଟ୍ଟା ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଦକ୍ଷତାରେ ହୋଇଥିବା ବେଳେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ, ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ବ୍ଲକ ଅଧକ୍ଷା ଜୟଶ୍ରୀ ସାହୁ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ମହେନ୍ଦ୍ର କୁମାର ପଣ୍ଡା ମଞ୍ଚାସିନ ରହିଥିଲେ  l  ରାଜ୍ୟସରକାର ଭୂମିହୀନ ମାନଙ୍କୁ ବସୁନ୍ଧରା ଯୋଜନାରେ ୪୩ ଗୋଟି ଏବଂ ଗ୍ରାମକଣ୍ଠରେ ୨୦୦ଗୋଟି ପଟ୍ଟା ବଣ୍ଟନ ଦ୍ୱାରା ସମସ୍ତ ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ଦିଆଯିବା ସହିତ ସମସ୍ତ ହିତାଧିକାରୀ ଏହି ଯୋଜନାର ଲାଭ ଉଠାଇ ପାରିବେ ବୋଲି ଜିଲ୍ଲାପାଳ ବକ୍ତବ୍ୟ ରଖିଥିଲେ l ବିଧାୟକ... ବହୁଦିନ ଧରି ଅଞ୍ଚଳବାସୀ ପଟ୍ଟା ପାଇବାରୁ ବଞ୍ଚିତ ଥିଲେ ମୁଁ ମୋର ରାଜ୍ୟ ସରକାର ଙ୍କ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହାୟତା ରେ ଏକ ହଜାର ପଟା ବଣ୍ଟନ କରିବାର ଯୋଜନା ରଖା ଯାଇଛି ଆଗାମୀ ଡ଼ିସେମ୍ବର 2025 ସୁଦ୍ଧା କେହି ଯେମିତି ପଟ୍ଟା ପାଇବାରୁ ବଞ୍ଚିତ ରହିବେ ନାହିଁ କହିଥିଲେ ଶେଷରେ  ବୋଲି ଶ୍ରୀ ବିଧାୟକ ଗଣମାଧ୍ୟମ ଙ୍କୁ ଜଣାଇଥିଲେ I  ପ୍ରଥମ ଥର ପାଇଁ ଏହି ବ୍ଲକକୁ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ଗସ୍ତ  ହୋଇଥିବାରୁ ନିଜକୁ ଧନ୍ୟ ମନେ କରିବା ସହ ଅଞ୍ଚଳ ବାସୀ ଓ ବିଧାୟକ ଶ୍ରୀ ନାୟକ ଙ୍କୁ ଧନ୍ୟବାଦ ଜଣାଇଥିଲେ  l ଗଞ୍ଜାମ ଜିଲ୍ଲାର ୧୪ନମ୍ବର ବିଧାୟକ ଭାବେ ମାନ୍ୟବର ମନ୍ତ୍ରୀ ନିଜ ଦାୟିତ୍ୱ ତୁଲାଇବା ସହିତ ସାଧାରଣ ଲୋକଙ୍କ ସେବା କରିବା ଆମ ଧର୍ମ ବୋଲି କହିଲେ I  ଖୁବ ଶୀଘ୍ର  ଅଂଚଳର ଭୂମିହୀନ ମାନଙ୍କୁ ପଟ୍ଟା ଯୋଗାଇବା ସହ ପରମ୍ପକରେ ଜମିରେ ବସବାସ କରୁଥିବା ଗରିବୀ ଗୁରୁବା ମାନଙ୍କୁ ପଟ୍ଟା ଓ ଜମି ଉପରେ କଂକ୍ରିଟ ଛାତ କରିବା ପାଇଁ ମଞ୍ଚାସିନ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦେଶ ଦେଇଥିଲେ l କାର୍ଯ୍ୟକ୍ରମରେ ପ୍ରଥମ ପଟାଧାରୀ  ଭାବେ ସୁଲକ୍ଷ୍ମୀ ନାୟକ ମନ୍ତ୍ରୀଙ୍କ ଠାରୁ ପଟ୍ଟା ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ରଂଜିତ ପାତ୍ର,ସ୍ଥାନୀୟ ବିଡ଼ିଓ ମନ୍ମଥ ନାଥ ମଲ୍ଲିକ,ତହସିଲଦାର ଅଶୋକ କୁମାର ମୁଦୁଲି,ଉପଖଣ୍ଡ ଅଧିକାରୀ ସୁଜିତ କୁମାର ନାୟକ,ଥାନାଧିକାରୀ ଅରୁଣ କୁମାର ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଞ୍ଚଳର ରାଜନେତା, ଜନପ୍ରତିନିଧି ଓ ସମସ୍ତ ହିତାଧିକାରୀ ଉପସ୍ଥିତ ରହିଥିଲେ l

Post a Comment

Previous Post Next Post