(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ଜଗନ୍ନାଥପ୍ରସାଦ :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବିଡ଼ିପୁର ସ୍ଥିତ ଗ୍ରାମ ପଞ୍ଚାୟତ ପରିସରରେ ଗ୍ରାମସଭା ଓ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ହୋଇଯାଇଛି । ଏଥିରେ ସମୃଦ୍ଧି ଓଡ଼ିଶା ନୂତନ ପରିଭାଷା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପାଞ୍ଚ ହଜାର କୋଟି ବେୟ ବରାଦ କରାଯିବାକୁ ଥିବା ବେଳେ ମୌଲିକ ଭିତି ଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥା ସୁଧିକରଣ ଗ୍ରାମ ସଡ଼କ ସଂଯୋଗି କରଣ ବିଭିନ୍ନ ଉନ୍ନତି କରଣ ଶିକ୍ଷା ଓ କ୍ରୀଡ଼ା ଭିତ୍ତି ଭୂମି ସମ୍ପ୍ରସାରଣ ଓ ଆଧୁନିକ କରଣ ଉପରେ ଡେନ୍ ନିର୍ମାଣ , ରାସ୍ତା ନିର୍ମାଣ ବିଭିନ୍ନ ଉନ୍ନତି କରଣ ଉପରେ ବରିଷ୍ଟ ଶିକ୍ଷାବିତ୍ ବିପ୍ର ଚରଣ ବାରିକ ଆଲୋକପାତ କରିଥିଲେ। ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ ଙ୍କ ସଭାପତି ତ୍ବରେ ସମ୍ପ୍ରସାରଣ ଅଧିକାରିଣୀ ମୋନାଲି ମହାନ୍ତି ପି. ଇ. ଓ ନିରଞ୍ଜନ ପଟ୍ଟନାୟକ ଓ ଏ. ଡି.ଓ ଶ୍ରୀମତୀ ସ୍ୱାଗତିକା ମିଶ୍ର, ଶିଶିରକାନ୍ତ ସାହୁ ଓ ବିଡି ପୁର ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।