(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର:ମୋ ନିୟୁଜ ଓଡିଶା ଆସନ୍ତା ୧୭ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ ପୂର୍ବାଞ୍ଚଳ ଜୋନାଲସ୍ତରୀୟ ମହିଳା ହ୍ୟାଣ୍ଡବଲ୍ ପ୍ରତିଯୋଗିତା । ଏହାପରେ ଆସନ୍ତା ୧୯ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଓଡିଶା ଆନ୍ତଃବିଶ୍ୱବିଦ୍ୟାଳୟ ସାହିତ୍ୟକ ଓ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜିତ ହେବ । ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ କମିଟି ଗଠନ କରାଯାଇଥିବା ନେଇ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ
ଦେଶର ପୂର୍ବାଞ୍ଚଳ ମହିଳା ହ୍ୟାଣ୍ଡବଲ୍ ପ୍ରତିଯୋଗିତା:
କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହିଛନ୍ତି,"ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏ.ଆଇ.ୟୁ) ଆନୁକୂଲ୍ୟରେ ଏବଂ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ୍ ଆସୋସିଏସନ୍ ସହଯୋଗରେ ଫେବୃଆରୀ ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଭଞ୍ଜ ବିହାର ପରିସରରେ ଆୟୋଜିତ ହେବାକୁ ଯାଉଛି ଦେଶର ପୂର୍ବାଞ୍ଚଳ ଜୋନାଲ୍ ସ୍ତରୀୟ ମହିଳା ହ୍ୟାଣ୍ଡବଲ୍ ପ୍ରତିଯୋଗିତା । ଏଥିରେ ପୂର୍ବ ଭାରତର ପ୍ରାୟ ୧୮ଟି ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିବେ । ଓଡିଶାର ୩ଟି ବିଶ୍ୱବିଦ୍ୟାଳୟ ଏଥିରେ ଯୋଗ ଦେବା ପାଇଁ ସ୍ଥିର ହୋଇଛି । ପ୍ରାୟ ୨୫୦ ରୁ ୩୦୦ ଶହ ପ୍ରତିଯୋଗୀ ସହିତ ସେମାନଙ୍କ ୩୫ ଜଣ କୋଚ୍ ଓ ମ୍ୟାନେଜର ମଧ୍ୟ ଏଥିରେ ଯୋଗଦାନ କରିବେ । ଯାହାକୁ ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି ।"