(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ବ୍ରହ୍ମପୁର ନିକଟସ୍ଥ ଗୋପାଳପୁର ଠାରେ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫୋୖଣ୍ଡେସନର ପାରମ୍ପରିକ 123 ତମ ସମୁଦ୍ର ଆଳତି.ସମ୍ପର୍ଣ ପବିତ୍ର ମାଘମାସ ପୂର୍ଣ୍ଣିମା ଯୁକ୍ତ ସଂକ୍ରାନ୍ତି ଦିନ ଗଞ୍ଜାମ ଜ଼ିଲ୍ଲା ଗୋପାଳପୁର ବରୁଣ ଆରତୀ ଘାଟ ଠାରେ ସାଗର ଆଳତି, ବରୁଣ ପୂଜା, ଶ୍ରୀ ଜଗନ୍ନାଥଙ୍କ ଧ୍ୟାନମନ୍ତ୍ର,ଭକ୍ତି ସଂଗୀତ,ସମ୍ପୂର୍ଣ ଶାସ୍ତ୍ରୀୟ ପଦ୍ଧତି ଅନୁସାରେ ଅନୁଷ୍ଠିତ ହୋଇଛି,ଗୀତାବାଚସ୍ପତି ପଦ୍ମ ଚରଣ ଦାସ ବରୁଣ ଗାୟତ୍ରୀ ପାଠ ପୂର୍ବକ ଦକ୍ଷିଣ ସମୁଦ୍ର ମହୋଦଧି କୁ ଆଳତି କରିଥିଲେ l ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ଦେଶଭକ୍ତ, ଲେଖକ ସରୋଜ କାନ୍ତ ରଥ, ସାନମନିତ ଅତିଥି ଭାବେ ଶ୍ରୀ ଜଗନ୍ନାଥ ଭକ୍ତି ଚେତନା ସେବା ସମିତି ଗଞ୍ଜାମ ଜ଼ିଲ୍ଲା ସଂଯୋଜକ ବାପୁଜୀ ଅଧିକାରୀ, ସମାଜସେବୀ ବିନୋଦ ଦାସ,SBI ର ଅବସର ପ୍ରାପ୍ତ ଅଧିକାରୀ, UCO ବ୍ୟାଙ୍କର ଅଧିକାରିଣୀ, ଶ୍ରୀ ଜଗନ୍ନାଥ ମନ୍ଦିର ପାରିଚାଳନl କମିଟି ର ହରି ସାହୁ, ଫୋୖଣ୍ଡସନର ସଦସ୍ୟ ଅଂଶୁମାନ ପଟନାୟକ, ମାନଚlସୀନ ଥିଲେ l ଆଧ୍ୟାତ୍ମିକ ସଭାର ସଭାପତିତ୍ବ କରିଥିଲେ ଫୋୖଣ୍ଡସନର ଉପସଭାପତି ସଂଯୁକ୍ତା ଦାସ l ଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ, ମାଘ ପୂର୍ଣମୀ ରେ ସମୁଦ୍ର ସ୍ନାନ ଵିଧି ଆଦି ସ୍କନ୍ଦ ପୂରଣ ବର୍ଣିତ ନିଷ୍କର୍ସ ତତ୍ୱ ପ୍ରବଚନ କରିଥିଲେ, ରାମ ଚରଣ ପଦ୍ମ ବ୍ରହ୍ମ ସରସ୍ବତୀ l ସରୋଜ କାନ୍ତ ରଥ ଶ୍ରୀ ଜଗନ୍ନାଥଙ୍କ ମହିମା, ମହାତ୍ମା ବିଷୟରେ ପ୍ରବଚନ କରିଥିଲେ l ପଣ୍ଡିତ ଜଗବନ୍ଧୁ ଶତପଥୀ ବରୁଣ ପୂଜା କରିଥିଲେ l ଭକ୍ତି ସଂଗୀତ ଗାନ କରିଥିଲେ ଖୁସି ଦାସ,ଗୌରୀ ପାଢ଼ୀ, ଦୁଷ୍ମନ୍ତ ବେହେରା,S ଜାନକୀ, ପ୍ରମିଳା ପ୍ରଧାନ lଈଶ୍ୱର ସ୍ୱାମୀ Er ସବ୍ୟସାଚୀ ଦାସ ଏହି ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଳ ବହୁ ପର୍ଯ୍ୟଟକ, ଭକ୍ତ, ସଦ୍ୟସ ପତ୍ରକାର ଜେଗ ଦେଇଥିଲେ l ଶେଷରେ ବାପୁଜୀ ଅଧିକାରି ଧନ୍ୟବାଦ ଦେଇଥିଲେ l