ପରିଶେଷରେ ସକ୍ରିୟ ସଦଶ୍ୟ ମାନଙ୍କ ଦ୍ୱାରା ଦିର୍ଘ ବର୍ଷ ପରେ ପାଣକୁଳ ସମାଜ ସଭା ଗୃହ ଉଦଘାଟନ



କନ୍ଧମାଳ:୦୩/୦୨/୨୦୨୫

କନ୍ଧମାଳ ମୋ ନିୟୁଜ ଓଡିଶା ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ 

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଦିର୍ଘ ବର୍ଷ ପରେ  କିଛି ସକ୍ରିୟ ସଦଶ୍ୟ ମାନଙ୍କ ଦ୍ୱାରା ଆଜି ପାଣ କୁଳ ସମାଜ ସଭା ଗୃହ ପ୍ରତିଷ୍ଠା ହୋଇ ଯାଇଛି । ଫିରିଙ୍ଗିଆ ବ୍ଲକ ପାଣ କୁଳ ସମାଜ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ର ମୋହନ ନାୟକ ଙ୍କ ନେତୃତ୍ୱେରେ ପୂର୍ବତନ ସଭାପତି ଅନାମ ନାୟକ ସମେତ ବ୍ଲକ ପାଣ କୁଳ ସମାଜର ଉପସଭାପତି ନଈରୁତ ଦିଗାଲ ଏବଂ କୋସାଦକ୍ଷ ଭରତ ମହାନନ୍ଦ ଏବଂ ଚବିଶି ଟି ପଞ୍ଚାୟତ ର ସଭାପତି ଙ୍କ ସହୋଯଗରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୂର୍ବତନ ଖଣିଜ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନଭ ବେହେରା ଏବଂ ସମ୍ମାନିତ ଅତିଥି ପୂର୍ବତନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ବିଷ୍ଣୁ ପ୍ରିୟା ବେହେରାଙ୍କ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ନାୟକ ,ଗୋଛାପଡା ଶାଖା ପାଣ କୁଳ ସମାଜ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ଦିଗାଲ, ଶାଖା ଉପଦେଷ୍ଟା ଶ୍ରୀଯୁକ୍ତ ଚକ୍ରପତି ଦିଗାଲ, ପଲାବୃଡି ପଞ୍ଚାୟତ ଗୃପ୍ ସଭାପତି ଶ୍ରୀଯୁକ୍ତ ଶଶିନ୍ଧର ଦିଗାଲ ରତଙ୍ଗ ପଞ୍ଚାୟତ ଗୃପ୍ ସଭାପତି ଶ୍ରୀଯୁକ୍ତ ପାଉଳ ଦିଗାଲ, ଡିମ୍ବିରିଗୁଡା ପଞ୍ଚାୟତ ଗୃପ୍ ସଭାପତି ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ଦିଗାଲକ,କାଶିନିପଦର ପଞ୍ଚାୟତ ଗୃପ୍ ଉପସଭାପତି ବାଳକୃଷ୍ଣ ଦିଗାଲ ଯୋଗଦେଇଥିବା ଜଣାପଡ଼ିଛି । ଅନେକ ବର୍ଷର ପରିଶ୍ରମ କ୍ରମେ  ପରିଶେଷରେ  କିଛି ସମାଜର ସଦଶ୍ୟ ମାନଙ୍କ ଦ୍ୱାରା ସମାଜ ଗୃହ ଉଦ୍ଘାଟନ କରିବା ପାଇଁ ବାଜା ବଜାଇ ନାଚ ଗିତ କରି ଅତି ଆନନ୍ଦରେ ଫିରିଙ୍ଗିଆ ଗାୟତ୍ରୀ ମନ୍ଦିର ରୁ ଶାନ୍ତି ପୁର୍ଣ୍ଣ ପଦଯାତ୍ରା କରି ସମାଜ ଗୃହରେ ପହଞ୍ଚି ଦିର୍ଘ ବର୍ଷ ବ୍ୟବଧାନ ରେ ପାଣ କୁଳ ସମାଜ ରେ ପୁର୍ବତ୍ତନ ମନ୍ତ୍ରୀ  ଶ୍ରୀ ବେହେରାଙ୍କୁ ପୂଣି  ଥରେ ସମାଜରେ ଯୋଗଦାନ କରି ଥିବାର ଦେଖିବାକୁ ମିଲିଛି ନିଜର   କରକମଳରେ ଫିତା କାଟି  ଗୃହ ଟିକୁ ଉଦଘାଟନ କାର୍ଯ୍ୟକ୍ରମ କୁ ଆଗକୁ ନେଇ ଯାଇଥିଲେ ।ସମାଜର ସଦଶ୍ୟ ମାନେ ଅନେକ ବର୍ଷ ପରେ ସ୍ଥାନୀୟ ମନ୍ତ୍ରୀଙ୍କୁ ପୁଣିଥରେ ନିଜ ସମାଜକୁ ଫେରି ପାଇ ଥିବାରୁ ବାଜା ବଜାଇ ନାଚି ନାଚି ଅତି ଆନନ୍ଦରେ ନିଜ ସମାଜ ଗୃହ କୁ ପାଛଟି ନେଇଥିଲେ । ଦିର୍ଘ ବର୍ଷ ପରେ ବର୍ତ୍ତମାନ ଅନୁସୁଚିତ ଜାତିର କମୋଳମତି ପିଲାମାନେ କିଭଳି ଭବିଷ୍ୟତ ଗଡ଼ିବେ ଏବଂ ପାଠପଡା କେମିତି ହେବ,  ସରକାର ଚାକିରୀ ପାଇପାରିବେ,  ନିଜର ଭବିଷ୍ୟତ ଗଡ଼ି ପାରିବେ ଓ ସମାଜରେ ନିଜର ସ୍ଥାନ କରି ପାରିବେ ଏହି ବିଷୟରେ ଦିର୍ଘ ସମୟ ଧରି ସମାଜ ସଭାପତି ଚନ୍ଦ୍ର ମହନ ନାୟକ ନିଜର ମତ ପ୍ରଦାନ କରିଥିବା ହଠାତ ସମାଜ ପ୍ରତି ଏହି ଜାଗ୍ରତକୁ ଦେଖି ଖୁସି ହୋଇଥିବା ବେଳେ କିଛି ସଦସ୍ୟ ଏପରି ପରିର୍ବତ୍ତନକୁ ସହଜରେ ଗ୍ରହଣ କରିପାରୁନଥିବା ଜଣାପଡ଼ିଛି । ସମାଜର କର୍ମକର୍ତ୍ତା ମାନଙ୍କ ହଠାତ ପରିବର୍ତ୍ତନ କୁ ଦେଖି ସମାଜର କିଛି ସଦଶ୍ୟ  ମାନେ କେବଳ ସମୂଖରେ ମଧୁର ପ୍ରତିଶୃତି ଦେଇ ସମାଜ ପଛରେ ସମାଜର ଅର୍ଥକୁ ବ୍ୟକ୍ତିଗତ କାମରେ ମନଇଚ୍ଛା ନିଜର କାର୍ଯ୍ୟରେ ଲଗାଇ  ପାରନ୍ତି ବୋଲି ଆଲୋଚନା କରୁଥିବା ଶୁଣିବାକୁ ମିଳିଛି । କିଛି ସଦଶ୍ୟ ମାନେ ଏହା ସମାଜ ଆଳରେ ରାଜନୈତିକ ଉଦେଶ୍ୟ ରଖିଥିବା ସନ୍ଦେହ ମଧ୍ୟ କରୁଥିବା ଜଣାପଡ଼ିଛି । ପରିଶେଷରେ  ପ୍ରକୃତ୍ତ ପାଣ କୁଳ ସମାଜର ବିକାଶ ପାଇଁ ବ୍ୟକ୍ତିଗତ ସ୍ୱର୍ଥ,ରାଜନୈତି ଉଦେଶ୍ୟ ଓ ପରଷ୍ପର ମଧ୍ୟରେ ଥିବା ଇର୍ଷା ଭେଦଭାବକୁ ଦୁରେଇ ଜଦି ଏକ ପରିବାର ସାଜି ସମର୍ଗ ସମାଜ ଏକଯୁଟ ହୋଇ ଏକ ସ୍ୱର ଉଠାଇଲେ ସମାଜର ବିକାଶ ହେବା ସୁନିଷ୍ଚିତ ବୋଲି କିଛି ବକ୍ତା  ଭାଷଣ ମାଧ୍ୟମରେ ବାରମ୍ୱାର ସମସ୍ତଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ।  ସମାଜର କିଛି ସଦଶ୍ୟ ମାନଙ୍କ ଉପରେ ହୋଇଚାଲୁଥିବା ଅନ୍ୟାୟ ସତ୍ତ୍ୱେ ସମାଜ ତରଫରୁ ନ୍ୟାୟଯୁକ୍ତ ସହାୟତା  ପାଇ ପାରୁନଥିବାରୁ ବାଧ୍ୟ ହୋଇ କିଛି ବକ୍ତା ସମାଜକୁ ଏକଯୁଟ କରିବା ପାଇଁ ଅନ୍ୟ ସମାଜ ଗୁଡ଼ିକର ଜ୍ୱଳନ୍ତ ଉଦାହଣ ଦେବା ପାଇଁ ପଛାଇ ନଥିବା ବେଳେ ଏହି ଜିଲ୍ଲା ର ଦ୍ୱିତୀୟ ବୃହସ୍ତମ ବ୍ଲକ ଭାବରେ ପରିଚିତ ହୋଇଥିବା ସତ୍ତ୍ୱେ ସମାଜର ସଦଶ୍ୟ ମାନଙ୍କ ଉପରେ  ହୋଇ ଚାଲୁଥିବା ଅନ୍ୟାୟ ବିରୁଧରେ ପାଣକୂଳ ସମାଜ ସ୍ୱର ନ ଉଠାଇ ମୈନ ରହିଆସୁଥିବାରୁ ସଦଶ୍ୟ ମାନଙ୍କ ଗହଳି କମିଯାଉଥିବା ଉପସ୍ଥିତ ସଦଶ୍ୟ ମାନଙ୍କ ଦ୍ୱାରା କଥା ବାର୍ତ୍ତା କରୁଥିବା ଶୁଣିବାକୁ ମିଳିଛି ।

Post a Comment

Previous Post Next Post