କନ୍ଧମାଳ:ମୋ ନିୟୁଜ ଓଡ଼ିଶା ୦୩/୦୨/୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ଗୋଛାପଡା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଆଜି ଗୋଛାପଡା ପଞ୍ଚାୟତ ସଭାଗୃହ ଠାରେ ପୂର୍ବ ନିଷ୍ପତ୍ତି ପ୍ରକାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକଟି ସଭାପତି ଶ୍ରୀ ରୋହିତ କହଁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ବିଧାୟକ ଅଙ୍ଗଦ କହଁର, ପୂର୍ବତନ ସରପଞ୍ଚ ନବ କିଶୋର କହଁର, ବ୍ଲକ ଚେୟାରମେନ ନମିତା କହଁର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ସସ୍ମିତା ଦିଗାଲ,ସମାଜ ସେବୀ କୃଷ୍ଣ ଚନ୍ଦ୍ର କହଁର, ମୋହନ ଦିଗାଲଙ୍କ ସମେତ ନଅ ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଏବଂ ଏହି ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ । ଦୀର୍ଘ ଦିନରୁ ବ୍ଲକ ଗଠନ ଦାବିରେ ଅଞ୍ଚଳ ବାସୀ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରି ଆସୁଥିଲେ । ବର୍ତ୍ତମାନ ସରକାର ନୂତନ ବ୍ଲକ ଗଠନ କରିବାକୁ ଘୋଷଣା କରିବା ପରଠାରୁ କନ୍ଧମାଳ ଜିଲ୍ଲାର ୨ୟ ବୃହତ୍ତମ ବ୍ଲକ ଫିରିଙ୍ଗିଆ କୁ ଭାଗ କରାଯାଇ ଗୋଛାପଡା, ସଲାଗୁଡା, ପଲାବ୍ରୁଡି, କ୍ରାଣ୍ଡିବାଲି, ପକାରୀ, ବାଲନ୍ଧାପଡା, ଲୁଇସିଙ୍ଗି, ପାଇରାଜୁ କୁଏରିମାଣ୍ଡୁ ଇତ୍ୟାଦି ୯ଗୋଟିପଞ୍ଚାୟତକୁ ନେଇ ମଧ୍ୟ ସ୍ଥଳୀ ଗୋଛାପଡା ଠାରେ ନୂତନ ବ୍ଲକ ଗଠନ କରିବାକୁ ଆନ୍ଦୋଳନ ଜୋର ଧରିଛି । ସର୍ବଶେଷରେ ସଭାରେ ଆସନ୍ତା ତା-୧୨-୦୨-୨୫ରିଖଦିନ ଅଞ୍ଚଳ ବାସୀ ଏକ ବିରାଟ ଶୋଭା ଯାତ୍ରା ରେ ବାହାରି ଜିଲ୍ଲା ପାଳ କନ୍ଧମାଳ ଙ୍କ ନିକଟରେ ଦାବି ଜଣାଇ ବାକୁ ନିଷ୍ପତ୍ତି ନିଆଯାଇଥିଲା ।