ଏମକେସିଜି ଓପିଡି ଟିକେଟ କାଉଣ୍ଟର ରେ ଛଟେଇ ଡାଟାଏଣ୍ଟ୍ରି ଅପରେଟର ଙ୍କ ପୁନଃ ନିଯୁକ୍ତି ଦାବିରେ ପ୍ରତିବାଦ



(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସ୍ଥାନୀୟ   

ଏମକେସିଜି -ଏମସିଏଚ ବ୍ରହ୍ମପୁର ର OPD ଟିକେଟ କାଉଣ୍ଟର ଓ ଓପିଡି ର ବିଭିନ୍ନ ବିଭାଗ ରେ କାର୍ଯ୍ୟରତ  ଡାଟାଏଣ୍ଟ୍ରି ଅପରେଟର ମାନେ ଦୀର୍ଘ ଦିନ ହେବ ମଲ୍ଟିସଫ୍ଟ ପ୍ରାଇଭେଟ ଲିମିଟେଡ଼, କଟକ ଅଧୀନ ରେ କାର୍ଯ୍ୟ କରି ଆସୁଥିବା ବେଳେ  ମିଳିଥିବା ସୂଚନା ପ୍ରକାରେ ବର୍ତ୍ତମାନ ଓପିଡି ଟିକେଟ କାଉଣ୍ଟର ପାଇଁ ସିଡ଼ାକ  ନାମକ ନୂତନ ସଂସ୍ଥା ଅନୁବନ୍ଧିତ ହୋଇଛି  ଫଳ ରେ  ମୋଟ 33 ଜଣ କର୍ମଚାରୀ ମଧ୍ୟରୁ 18 ଜଣ ରୁ ଉର୍ଦ୍ଧ୍ୱ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ମିଳିନି ଫଳ ରେ ଆଜି ସକାଳୁ କର୍ମଚାରୀ ମାନେ ଡ୍ୟୁଟି କୁ ଆସି ଅପେକ୍ଷା କରିଥିଲେ  କିନ୍ତୁ ପୁରୁଣା ସଂସ୍ଥା ଓ ମେଡିକାଲ ପ୍ରଶାସନ ତରଫରୁ ତୁମ ଚାକିରି ନାହିଁ କହି ଘଉଡ଼ାଇ ଦିଆଯାଇଥିଲା  ଏହାକୁ ନେଇ ସମସ୍ତ କର୍ମଚାରୀ  ଓପିଡି କାଉଣ୍ଟର ଆଗରେ ଅପେକ୍ଷା କରିବା ସହିତ ଛଟେଇ ର ପ୍ରତିବାଦ କରିଥିଲେ I ସେଇ ସମୟ ରେ ମେଡିକାଲ ର ରେଜିଷ୍ଟ୍ରାର ସଂଗ୍ରାମ ପଣ୍ଡା ଆସି  ଆଲୋଚନା ନ କରି ମହିଳା କର୍ମଚାରୀ ଙ୍କୁ ରୁକ୍ଷ ବ୍ୟବହାର କରିବା ସହିତ ସମସ୍ତ କର୍ମଚାରୀ ଙ୍କୁ ବାହାରକୁ ଘଉଡ଼ାଇ ଥିଲେ I  ଯାହାକୁ ନେଇ କର୍ମଚାରୀ ସଂଘ ପକ୍ଷରୁ ଏହାକୁ ଦୃଢଭାବେ ନିନ୍ଦା କରାଯାଇଛି I  ନୂତନ ସଂସ୍ଥା ଦ୍ୱାରା ଅଧା କର୍ମଚାରୀ ରେ ମାତ୍ରାଧିକ ଗହଳି ରେ ଟିକେଟ କାଉଣ୍ଟର  ଚାଲିଥିବା ବେଳେ  ସବୁ ବର୍ହି ବିଭାଗ ର ସ୍କାନିଙ୍ଗ କାମ ପ୍ରାୟତଃ ବନ୍ଦ ରହିଥିଲା ଏପରିକି କାଜୁଆଲିଟି ରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପୁରୁଣା ସଂସ୍ଥା ଦ୍ୱାରା ଟିକେଟ ଦେବା ବନ୍ଦ ହୋଇଥିଲା କିଛି ସମୟ ପରେ ସ୍ୱାଭାବିକ ହୋଇଥିଲା I  ମଧ୍ୟାହ୍ନ ରେ ମେଡିକାଲ ସୁପରିଟେଣ୍ଡଣ୍ଟ ସୁଚିତ୍ରା ଦାସ ଓ ନୋଡାଲ ଅଫିସର ମନୋଜ ପାତ୍ର ଙ୍କ ସହ ଆଲୋଚନା ପରେ ଆସନ୍ତା ସୋମବାର ଭିତରେ ପୁନଃ ନିଯୁକ୍ତି କଥା ବିଚାର କରାଯିବା କୁ ପ୍ରତିଶୃତି ମିଳିବା ପରେ କର୍ମଚାରୀ ମାନେ ଆସନ୍ତାକାଲି ଡ୍ୟୁଟି ରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି I  ବିନା ନୋଟିସ ରେ ଏପରି ଅମାନବୀୟ ଭାବେ ଛଟେଇ କରିବା ଓ ମେଡିକାଲ କତୃପକ୍ଷ ବିନା ଆଲୋଚନା ରେ ରୁକ୍ଷ ବ୍ୟବହାର ରେ ଘଉଡ଼ାଇବା କୁ ସାଧାରଣ ରେ ନିନ୍ଦା କରାଯାଉଥିବା ବେଳେ I  ମେଡିକାଲ ଟିକେଟ କାଉଣ୍ଟର ରେ ମାତ୍ରାଧିକ ଗହଳି କୁ ସମ୍ଭାଳିବାକୁ କର୍ମଚାରୀ ସଂଖ୍ୟା ବଢାଇବା ବଦଳ ରେ  କର୍ମଚାରୀ କମାଇ ସେବା କିଭଳି ସରଳୀକରଣ ହେବ ତାହାଲେ ମଧ୍ୟ ପ୍ରଶ୍ନବାଚୀ ?  ନୂତନ କର୍ମଚାରୀ ଙ୍କ ନିଯୁକ୍ତି କରିଥିଲେ ମଧ୍ୟ ଏଭଳି ଅଭିଜ୍ଞ କର୍ମଚାରୀ ମାନଙ୍କୁ ଛଟେଇ ନ କରାଯାଇ ଅଭିଜ୍ଞତା ଭିତ୍ତିରେ ନିଯୁକ୍ତି ନ ଦିଆଗଲେ ଆଗାମୀ ଦିନ ରେ ପୁନଶ୍ଚ ଆନ୍ଦୋଳନ କରିବାକୁ ସଂଘ ତରଫରୁ ଓଡିଶା ମେଡିକାଲ ଆଉଟସୋର୍ସିଙ୍ଗ କର୍ମଚାରୀ ସଂଘ ରାଜ୍ୟ ଆବାହକ ପ୍ରତାପ ପ୍ରଧାନ ସୂଚନା ଦେଇଛନ୍ତି I

Post a Comment

Previous Post Next Post