(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ହିଞ୍ଜିଳିକାଟୁ :ମୋ ନିୟୁଜ ଓଡିଶା ତ୍ରିରଙ୍ଗା ଆମ ଜାତୀୟ ସ୍ୱାଭିମାନ ଓ ଅସ୍ମିତାର ସର୍ବୋଚ୍ଚ ପ୍ରତୀକ। ତ୍ରିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମ୍ମାନର ବିଷୟ। ଏଇ ସଜ ସଜ ଯାଇଛି ଗଣତନ୍ତ୍ର ଦିବସ। ଯିଏ ଶିଖାଇଛି ଗଣତନ୍ତ୍ର ଆମ ପାଇଁ କ'ଣ! ଜାତୀୟ ସ୍ୱାଭିମାନର ସୁରକ୍ଷା ହେବ କେମିତି! ବିଶ୍ବର ସର୍ବବୃହତ ଗଣତନ୍ତ୍ରର ସୁରକ୍ଷା କେମିତି କରାଯାଇପାରିବ। ସବୁଠି ଉଡ଼ିଥିଲା ତ୍ରିରଙ୍ଗା। କିନ୍ତୁ ପର୍ବ ପାଳନ ହୋଇସାରିବା ପରେ ଯେଉଁଠି ଯେଉଁ ଅବସ୍ଥା ଓ ସ୍ଥିତିରେ ତ୍ରିରଙ୍ଗା ପତାକାକୁ ରଖାଯାଇଛି ତାହା ମର୍ମଭେଦୀ। ଏହି ଚିତ୍ର ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟରେ। ଯେଉଁଠି ଏକ ପରିତ୍ୟକ୍ତ ସ୍ଥାନରେ ଏକ ଡଷ୍ଟବିନ ଭିତରେ ତ୍ରିରଙ୍ଗା ପତାକାକୁ ରଖା ଯାଇଥିବା ଦେଖିବାକୁ ମିଳିଛି। ତେବେ ଯେଉଁ ତ୍ରିରଙ୍ଗାର ରକ୍ଷା ପାଇଁ ସୀମାରେ ଜୱାନ ମାନେ ନିଜ ଜୀବନକୁ ବାଜିରେ ଲଗାଇଛନ୍ତି, ଯାହାର ସମ୍ମାନ ପାଇଁ ହଜାର ହଜାର ସ୍ୱତନ୍ତ୍ରତା ସଂଗ୍ରାମୀ ପ୍ରାଣାହୂତି ଦେଇଛନ୍ତି, ସେହି ତ୍ରିରଙ୍ଗା ପତାକାକୁ ଅସମ୍ମାନ ଅତ୍ୟନ୍ତ ଅଶୋଭନୀୟ।