(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ଜଗନ୍ନାଥପ୍ରସାଦ :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବିଡ଼ିପୁର ପଂଚାୟତ ସ୍ଥିତ ମେଣ୍ଟପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା I ଗତକାଲି ସନ୍ଧ୍ୟାରେ ଜଣେ ମହିଳା ଆତ୍ମ ହତ୍ୟା କରିଛନ୍ତି I ମୃତକ ହେଲେ ଲିପି ଗୌଡ଼ (25) l ଗାଙ୍ଗପୁର ଥାନା ଅଧୀନ ପାଲାକଷଣ୍ଢା ଗ୍ରାମର ସ୍ୱର୍ଗତ ଦୋଳିଆ ଗୌଡ଼ ଙ୍କ ଝିଅ ଲିପି କୁ ସାତବର୍ଷ ପୂର୍ବେ ମେଣ୍ଟ ପୁର ଗ୍ରାମର କଂଗ୍ରେସ ଗୌଡ଼ ଙ୍କ ପୁଅ ମଞ୍ଚେଶ ବିବାହ କରିଥିଲେ l ସ୍ୱାମୀ ମଞ୍ଚେଶ ଭୁବନେଶ୍ୱର ରେ ଟ୍ରକ ଚଳାଉଥିବା ବେଳେ ଲିପି ତାଙ୍କ ପାଞ୍ଚବର୍ଷ ର ଝିଅଟିକୁ ଧରି ମେଣ୍ଟ ପୁର ଗ୍ରାମରେ ରହୁଥିଲେ l କିଛି ଘରୋଇ ଅଶାନ୍ତି କୁ ନେଇ କିଛି ଦିନ ମଞ୍ଚେଶ ଗାଁଜୁ ଆସୁନଥିଲେ l ଝିଅଟିକୁ ଅଙ୍ଗନୱାଡି କେନ୍ଦ୍ର କୁ ପଠାଇଦେଇ ଘରେ କେହି ନଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଦୁଇପଟୁ କବାଟଦେଇ ଘର ଭିତରେ କାଠ ଦୁ ଲାରେ ବେକରେ ଲୁଗାବାନ୍ଧି ଝୁଲି ପଡ଼ି ଜୀବନ ହାରିଦେଇଥିଲେ l ଅଙ୍ଗନୱାଡିକେନ୍ଦ୍ର ରୁ ଫେରି ଝିଅଟି କବାଟ ବାଡେଇ ଡାକିଥିଲେବି କବାଟ ନଖୋଲିବାରୁ ସାହି ପଡିସା ଆସି ଡାକିଥିଲେବି ଭିତରୁ କୌଣସି ଉତ୍ତର ପାଇନଥିଲେ l ଶେଷରେ ବାରିପଟ କବାଟ ଫାଙ୍କରେ ଦେଖିବା ବେଳକୁ ଲିପିର ମୃତ୍ୟୁ ଶରୀର ଘରଭିତରେ ଝୁଲି ରହିଛି l ଏହା ଜାଣିବା ପରେ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ I ଘଟଣା ସ୍ଥଳରେ ପୋଲିସ ପହଂଚି ଲିପିର ସ୍ୱାମୀ ଓ ବାପଘରକୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ l ସ୍ୱାମୀ ମଞ୍ଚେଶ, ମାଆ ରୀନା ଓ ସାନଭାଇ ଗଣେଶ ବିଳମ୍ବିତ ରାତ୍ରି ରେ ଗ୍ରାମରେ ପହଂଚିଥିଲେ l ବାପଘର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଦେବାପାଇଁ ରାଜିନହେବାରୁ ସ୍ୱାମୀ ମଞ୍ଚେଶ ଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ଏକ ଅପମୃତ୍ୟୁ ମାମଲା 2/25 ରେ ୠଜୁ କରି ଅତିରିକ୍ତ ତହସିଲଦାର ମୋହନ ମଲିକ ଙ୍କ ଉପସ୍ଥିତ ରେ ଥାନା ଅଧିକାରୀ ଅରୁଣ କୁମାର ସିଂ ଗ୍ରାମବାସୀଙ୍କ ସହାୟତାରେ ସାବଳରେ କବାଟ ତାଡି ଲିପିର ମୃତ ଶରୀରକୁ ଜବତ କରିବା ସହିତ ଶବ ବ୍ୟବେଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ କୁ ପଠାଯାଇଥିବା ତଦନ୍ତକାରି ଅଫିସର ପ୍ରଭାତ କୁମାର ସୁବୁଦ୍ଧି ପ୍ରକାଶ କରିଛନ୍ତି l