ଗୋରୁ ବେପାରୀଙ୍କ ଆକ୍ରମଣ ରେ ଯୁବ ସମ୍ବାଦିକ ଗୁରୁତର

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ଗୋରୁ ବେପାରୀଙ୍କ ଚରା ଭୂଇଁ ପାଲଟି ଥିବା ବେଳେ କେତେବେଳେ କୋଉ ସମ୍ବାଦିକ ଏମାନଙ୍କ ଆକ୍ରମଣ ର ଶିକାର ହେଉଛନ୍ତି। ପ୍ରତ୍ୟେକ ଦିନ ଗୋରୁ ଚାଲାଣକାରୀ ମାନେ ଖୁଲମଖୁଲା ରାଜ ରାସ୍ତାରେ ବିଭିନ୍ନ ଯାନବାହନରେ ଗୋରୁ ଚାଲାଣ କରୁଛନ୍ତି, କିନ୍ତୁ ନିରବ ଦ୍ରଷ୍ଟା ପାଲଟିଛି ପୋଲିସ। ସୂଚନାଯୋଗ୍ୟ ଯେ ଗତ କାଲି ସକାଳ ୯ ଘଣ୍ଟ ସମୟରେ କ୍ଷେତମୁଣ୍ଡାଳି ଗେରେଡା ରାସ୍ତାରେ ଗୋଟେ ପିକଅପ ଭ୍ୟାନରେ କିଛି ଗୋରୁକୁ ନେବା ଦେଖି ଯୁବ ସମ୍ବାଦିକ ରାଜେଶ ଆଳତିଆ ପିଛା କରିଥିଲେ କିନ୍ତୁ ଗୋରୁ ବେପାରୀ ମାନେ ଅନ୍ୟ ସହଯୋଗୀଙ୍କ ଦ୍ୱାରା ଅତର୍କିତ ଭାବେ ରାଜେଶଙ୍କୁ ଆକ୍ରମଣ କରିଥିଲେ। ରାଜେଶର ମୁଣ୍ଡକୁ ଆକ୍ରମଣ କରିବା ସମୟରେ ହାତ ଉଠାଇବା ସମୟରେ ହାତକୁ ଲୁହା ଛଡ଼ରେ ବାଡେଇବାରୁ ହାତଟି ଭାଙ୍ଗି ଯାଇଛି ଓ ଗୋଡ ମଧ୍ୟ ଭାଙ୍ଗି ଯାଇଛି। ଏହି ସମୟରେ ରାଜେଶ ସହ ଆସିଥିବା ଅନ୍ୟ ଏକ ଯୁବକକୁ ମଧ୍ୟ ଆକ୍ରମଣ ହୋଇଥିଲା। ଦୁହେଁ ପୋଲିସ ଥାନାକୁ ଅଭିଯୋଗ କରିବାକୁ ଆସିବା ସମୟରେ ବେଳଗୁଣ୍ଠା ଥାନାରେ ଭଞ୍ଜନଗର ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ବିଶ୍ୱ ହିନ୍ଦୁ ପରିଷଦର ମୁରଲୀ ପଣ୍ଡାଙ୍କ ଉପସ୍ଥିତରେ ଗୋଟିଏ ଆପୋଷ ବୁଝାମଣା ରାଜିନାମା କରିଦେଇଥିଲେ। କିନ୍ତୁ ଆଜି ଭଞ୍ଜନଗର କବି ସାମ୍ରାଟ ମିଡ଼ିଆ କ୍ଲବର ୨୫ ରୁ ଉର୍ଦ୍ଧ ସଦସ୍ୟଙ୍କ ଉପସ୍ଥିତରେ ବେଲ୍ଲଗୁଣ୍ଠା ଥାନାରେ ରାଜେଶଙ୍କ ଦ୍ୱାରା ଗୋରୁ ବେପାରୀଙ୍କ ବିରୁଦ୍ଧରେରେ ଗୋଟିଏ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୁକ୍ତକୁ ତୁରନ୍ତ ଗିରଫ ସହ ଏଥିରେ ଯେଉଁମାନେ ସାମିଲ ଅଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଥିଲା। ସୂଚନାଯୋଗ୍ୟ ଯେ ଯେଉଁ ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ମାନେ ଚୋରା ଗୋରୁ ଚାଲାଣକୁ ରୋକିବା କଥା ସେହି ମାନେ ଗୋରୁ ବେପାରୀଙ୍କ ସହ ମିଶି କିପରି ସଲାସୁତୁରା କରୁଛନ୍ତି।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post