(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ବ୍ରହ୍ମପୁର ମହୋତ୍ସବ ୨୫ ସହ ଚଉଦ ତମ ଜାତୀୟ ଓଡିଶା ସ୍ୱାଭିମାନ ସମ୍ମିଳନୀ ପଞ୍ଚମ ରଜନୀ ରେ ଇଞ୍ଜିନିୟରିଙ୍ଗ ସ୍କୁଲ ଖେଳ ପଡିଆ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚଳଚ୍ଚିତ୍ର କଳାକାର ମୁଖ୍ୟ ଆକର୍ଷଣ ହୋଇଥିଲା l ଛ ଦିନ ବ୍ୟାପି ମହୋତ୍ସବ ରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କିସମ ର ଷ୍ଟଲ ସହ ସତୁରୁରୀ ରୁ ଅଧିକ ବିଭିନ୍ନ ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବା ସହ, ପ୍ରତ୍ୟକ ଦିନ ଓଡିଶା ର ପଯ୍ୟଟନ, ସାହିତ୍ୟ, ସଂସ୍କୃତି ଶୀର୍ଷକ ସହ ବିଭିନ୍ନ ଆଲୋଚନା ଚକ୍ର ଅନୁଷ୍ଠିତ ହେଉଅଛି। ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତ ଙ୍କ ପୋରହିତ୍ୟ ରେ ଅନୁଷ୍ଠିତ ଉତ୍ସବରେ ଆଇଜି ଡ. ସାର୍ଥକ ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଅଧିକାରୀ ରବି ନାରାୟଣ ବେହେରା, ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର ଜେନା, ଓଏଏସ୍ ଅଫିସର୍ ତନୁଶ୍ରୀ ପାତ୍ର ପ୍ରମୁଖ ଯୋଗଦେଇ ମହାନ ସଂଘର ଉଦ୍ୟମକୁ ପ୍ରଶଂସା କରିବା ସହ ମହୋତ୍ସବ ଆୟୋଜନ ଦ୍ୱରା ଅଞ୍ଚଳ ର ସଂସ୍କୃତି ଓ ବାଣିଜ୍ୟ ର ପ୍ରଚାର ପ୍ରସାର ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ମହୋତ୍ସବ ସମ୍ପାଦକ ଗୋପାଳ ପଟନାୟକ,ଶ୍ରୀକାନ୍ତ ସାବତ,ପ୍ରକାଶ ଭାଜନୀ,ରେସମ୍ପାସ ମାର୍କେଟିଙ୍ଗ ଇଭେଣ୍ଟ ଏମ ଡି ରବିଶଙ୍କର, , ତପନ ପଣ୍ଡା, ମିନା ଦାସ, ନିବେଦିତା ପାଢ଼ୀ, ସାଧନା ପାଢ଼ୀ, , ରିତାଞ୍ଜଳି ସ୍ୱାଇଁ, ଶୁଭଶ୍ରୀ ସାବତ, ମନରଞ୍ଜନ ପାଢ଼ୀ,ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।, ଗୁଲମ ରସୁଲ ଓ କାହୁଁ ରାଉତ ସଂଯୋଜନା କରିଥିଲେ । ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଶିମଲି ଓ କେମିତି ପ୍ରେମ୍ ର କଳାକାର ଧିରେନ ତ୍ରିପାଠୀ, ପ୍ରଣୟ ଜେଠି, ପ୍ରିୟଙ୍କା ସାହୁ, ରମେଶ ନାୟକ ,ୟଶଯ୍ୟା ବେହେରା ମାନେ ଯୋଗ ଦେଇ ସଭିଙ୍କୁ ଉତ୍ସାହିତ କରି ଥିଲେ । ଗୁରୁବାର ଉତ୍ସବ ଉଦଯାପିତ ହେବ ।