କନ୍ଧମାଳ ମୋ ନିୟୁଜ ଓଡିଶା ୦୧/୦୨/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
ଟିକାବାଲି ଏ, ଏମ, ସି, ଏସ ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବ ରେ ପାଠ ଚକ୍ର ଅନୁଷ୍ଠିତ ହୋଇଯାଇଛି ।ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିରୂପାକ୍ଷ୍ୟ ମିଶ୍ର ପାଠ ଚକ୍ର ର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ ।ମୁଖ୍ୟ ଅତିଥି ଭା ବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କଲେଜ ଉନ୍ନୟନ ପରିଷଦ ,ତଥା ପଦାର୍ଥ ବିଜ୍ଞାନ ପ୍ରଫେସର ଡ,ସିଦ୍ଧାର୍ଥ ଶଙ୍କର ପଣ୍ଡା ,ସମ୍ମାନିତ ଅତିଥି ଭାବେ ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ,ରମାକାନ୍ତ ଭୂୟା,ମୁଖ୍ୟ ବକ୍ତା ଭାବେ ପ୍ରାଣୀ ବିଜ୍ଞାନ ବିଭାଗର ଆସୋଷିଏଟ ପ୍ରଫେସର ଡ ତପନ କୁମାର vବାରିକ ଯୋଗଦେଇ ଆଲୋଚନାର ଶୀର୍ଷକ ପରିବାଚକ୍ ବିକାର କୁ ନେଇ ବିଶଦ ଆଲୋଚନା କରିଥିଲେ। ସେମିନାର ସମ୍ପାଦିକା ସ୍ନାତକୋତ୍ତର ଛାତ୍ରୀ ଦିବ୍ୟଶ୍ରି ମିଶ୍ର ଅତିଥି ପରିଚୟ ଓ ସ୍ଵାଗତ କରିଥିଲେ। ଅନୁରାଧା ବିଷୋୟୀ ସନ୍ଦର୍ଭ ପାଠ କରିଥିଲେ । ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ, ଅଧ୍ୟାପକ ବନମାଳି ବେହେରା , ଅଧ୍ୟାପକ ଅମୂଲ୍ୟ ସାବତ, ଅଧ୍ୟାପକ ସନ୍ତୋଷ କୁମାର ରଥ, ଯୋଗ ଦେଇଥିଲେ, ଅଧ୍ୟାପକ ତୁଷାର କାନ୍ତ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।