ମାଲକ ତା ୦୨/୦୨ ମୋ ନ୍ୟୁଜ ଓଡିଶା(ସତ୍ୟ ନାରାୟଣ ଦାଶ)
ମାଲକାନଗିରି ଜିଲ୍ଲା ମାଥିଲି ବନାଞ୍ଚଳ ତରଫରୁ ମାଥିଲି ବନପାଳ କାର୍ଯ୍ୟାଳୟ ଠାରେ ବିଶ୍ଵ ଆଦ୍ର ଭୂମିଜ ଦିବସ ପାଳିତ ହୋଇଯାଇଛି । ଆଜି ସକାଳ ୯ ଘଣ୍ଟିକା ସମୟରେ ଏକ ଅଭିନବ ଢଙ୍ଗରେ ଆଦ୍ରଭୂମିର ସୁରକ୍ଷା ଓ ରାମସେର କ୍ଷେତ୍ର ଗଢ଼ିବା ପାଇଁ ସ୍ଲୋଗାନ ଦେଇ ଏକ ବାଇକ୍ ରାଲି ଗୋବିନ୍ଦ ପାଲି ଠାରୁ ମାଥିଲି ଥାନା ପର୍ଯ୍ୟନ୍ତ କରାଯାଇଥିଲା। ଏହି ରାଲିରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ବାଇକ୍ ଆରୋହୀ ଯୋଗ ଦେଇ ଥିଲେ । ଆଜିର ସଚେତନତା ସଭା ରେ ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ସଭାପତିତ୍ବ କରିଥିଲେ ଓ ଏହି ଦିବସ ପାଳନର ଉଦ୍ଦେଶ୍ୟ ଉପକାରିତା ସମ୍ପର୍କରେ ଅବଗତ କରିଥିଲେ । ଏହି ସଭାରେ ସନ୍ତୋସିନି ପାତ୍ର ପ୍ରେରଣା ଟ୍ରଷ୍ଟ ପରିଚାଳକ ଓ ସୃଷ୍ଟି ଅନୁଷ୍ଠାନର କର୍ମୀ କିଶୋର କୁମାର ପାତିକା ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଆଦ୍ର ଭୂମି, ଜଙ୍ଗଲ ବନ୍ୟ ପ୍ରାଣୀ ସୁରକ୍ଷା, ପରିବେଶ ସନ୍ତୁଳନ ଉପରେ ଲୋକଙ୍କୁ ବୁଝାଇ ଥିଲେ। ଏହି ସଚେତନତା ଶିବିର ରେ ୨୫୦ ରୁ ଉର୍ଦ୍ଧ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ୧୫ଟି ବନ ସୁରକ୍ଷା ସମିତି ସଭାପତି, ସଭ୍ୟ ସଭ୍ୟା ଓ ବିଭିନ୍ନ ଜଙ୍ଗଲ ନିକଟସ୍ଥ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ। ଗୋବିନ୍ଦପାଲି ବନପାଳ ପବିତ୍ର ଦାସ, ମାଥିଲି ବନପାଳ ମୁରଲୀ ମହାରଣା, ପାଙ୍ଗାମ ବନପାଳ ସମରା ଖରା, ଆମ ଜଙ୍ଗଲ ଯୋଜନା କର୍ମୀ ହୃଷୀକେଶ ପଣ୍ଡା ଓ ବଂଶୀ ଅନୁଗୁଲିଆ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।