ମାଲକାନଗିରି ତା ୦୫/୦୨ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍। ଜୟପୁର ଓ ମାଲକାନଗିରି ସ୍ଥିତ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ରେଡ୍ କରୁଥିବା ଜଣାପଡିଛି। ଜୟପୁର ବାସଭବନରୁ
ବର୍ତ୍ତମାନ ସୁଦ୍ଧା ଏକ କୋଟି ନଗଦ ଠାବ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ଭିଜିଲାନ୍ସ ଟିମ ମିଳିତ ଭାବେ ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି। ତଦନ୍ତ ପରେ ବିସ୍ତୃତ ବିବରଣୀ ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ସେପଟେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକଙ୍କ କିଛି ସହକାରୀ କର୍ମଚାରୀଙ୍କ ଘରେ ମଧ୍ୟ ରେଡ ଚାଲିଥିବା ସୂଚନା ଦେଇଛନ୍ତି।
Tags:
ଆଞ୍ଚଳିକ