୯୦ତମ ଭଞ୍ଜ ସଂଗୀତ ଆସର ଅନୁଷ୍ଠିତ

 


ଭଞ୍ଜନଗର :ମୋ ନିୟୁଜ ଓଡିଶା ଆନନ୍ଦ ସଂଗୀତାୟନ ଦ୍ୱାରା ସ୍ୱର୍ଗତ ମାଗୁଣି ଜେନାଙ୍କ ଏକାଦଶହ ଅବସରରେ ଏହି ଶ୍ରଦ୍ଧାଞ୍ଜଳି ସଂଗୀତ ସନ୍ଧ୍ୟା ନିଜ ବାସଭବନ ବଡ଼କୋଦଣ୍ଡ ଠାରେ ଅନୁଷ୍ଠିତ ହୋଇଅଛି। ଏହା ସହିତ ୯୦ତମ ଭଞ୍ଜ ସଂଗୀତ ଆସର ସଂସ୍କୃତି ବିକାଶ ସଂସଦର ଆୟୋଜନରେ କାର୍ଯ୍ୟକର୍ମକୁ ଅଶୋକ ଜେନା ସହଯୋଗ କରିଥିଲେ। ପ୍ରକାଶଥାଉକି ଅନୁଷ୍ଠାନର ଉପଦେଷ୍ଟା ଭାବେ ବହୁ ଦିନରୁ କାର୍ଯ୍ୟ କରି ଅନୁଷ୍ଠାନର ଭଞ୍ଜ ସଂଗୀତ ଆସରକୁ ପ୍ରତକ୍ଷ୍ୟ ଏବଂ ପରୋକ୍ଷ ଭାବେ ସହଯୋଗ କରିଆସୁଥିଲେ। ଶୋକ ସଭା ଏବଂ ପୁଷ୍ପମାଲ୍ୟ ପ୍ରଦାନକରି ଏହି ସଂଗୀତ ସନ୍ଧ୍ୟକୁ ତାଙ୍କୁ ସମର୍ପିତ କରାଯାଇଥିଲା। ଅତିଥି ଭାବେ ନାଟ୍ୟକାର ଶ୍ରୀ ପ୍ରଫୁଲ୍ଲ ବେହେରା ଏବଂ ସୁବାସ ମହାରଣା ଯୋଗ ଦେଇ ସ୍ମୃତି ଚାରଣ କରି ଥିଲେ। ଅନୁଷ୍ଠାର ଶିଳ୍ପୀ ଚିନ୍ମୟୀ ଗୌଡ଼, ଅଶୋକ ମହାପାତ୍ର, ଅଭିଷେକ ମହାପାତ୍ର, ଦିବାକର ପ୍ରଧାନ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post