ମାଣିକ୍ୟପୁର ମଣ୍ଡଳ ଢଉପଦା ଗ୍ରାମରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟ ତିଥି ପାଳିତ

 


*ମାଣିକ୍ୟପୁର ମୋ ନିୟୁଜ ଓଡିଶା ୧୨/୦୨/୨୦୨୫ ବୁଧବାର:-   ଆଜି ଭାରତୀୟ ଜନତା ପାର୍ଟିର ତରଫରୁ ସାନଖେମୁଣ୍ଡି ବିଧାୟକ ପାର୍ଥି ଇଂ. ଉତ୍ତମ କୁମାର ପାଣିଗ୍ରାହୀଙ୍କ ନିର୍ଦେଶ କ୍ରମେ ମାଣିକ୍ୟପୁର ମଣ୍ଡଳର ଢଉପଦା ଗ୍ରାମରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟ ତିଥି ପାଳିତ ହୋଇଯାଇଛି | ଉକ୍ତ କାର୍ଯ୍ୟ କ୍ରମରେ ଧରାକୋଟ ବ୍ଲକର ସମସ୍ତ ମଣ୍ଡଳ ସଭାପତି ଯାହାକି ମାଣିକ୍ୟପୁର ମଣ୍ଡଳ ସଭାପତି ଶ୍ରୀ ଟୁକୁନା ନାୟକ, ମାଣିକ୍ୟପୁର ମଣ୍ଡଳ ପ୍ରତିନିଧି ଶ୍ରୀ ଶଙ୍କର ପାଣିଗ୍ରାହୀ, ଯାହାଡା  ମଣ୍ଡଳ ସଭାପତି ଶ୍ରୀ ଜିତେନ୍ଦ୍ର ବିଷୋୟୀ ଓ ଧରାକୋଟ ମଣ୍ଡଳ ସଭାପତି ଶ୍ରୀ ପ୍ରଭାକର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବା ସହ ବଳରାମପୁର ପଞ୍ଚାୟତ ଅଶୋକ କୁମାର ନାୟକ ଓ ସାଥି ଗଣ,ଲେଙ୍ଗମା ଗ୍ରାମର ବୃନ୍ଦାବନ ବିଷୋୟୀ ଢଉପଦା ଗ୍ରାମର ବହୁ ସଦସ୍ୟ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିବା ଦେଖିବାକୁ ମିଳିଥିବା ବେଳେ ମାଣିକ୍ୟପୁର ମଣ୍ଡଳ ପ୍ରତିନିଧି ଶ୍ରୀ ଶଙ୍କର ପାଣିଗ୍ରାହୀ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଯିବନି ବିଷୟରେ ଲୋକଲୋଚନକୁ ଆଣିଥିଲେ ଓ ସମସ୍ତେ ଏକ ହୋଇ ଭାଇ ଚାରା ନିଭାଇ ଲୋକଙ୍କର କାମ କରିବାପାଇଁ ଜଣାଇ ସଭାକୁ ସାଙ୍ଗ କରିଥିଲେ |*


*ଗଂଜାମ ରିପୋର୍ଟର*

*ଶଙ୍କର ପାଣିଗ୍ରାହୀ*

Post a Comment

Previous Post Next Post