*ମଙ୍ଗଳପୁର ମୋ ନିୟୁଜ ଓଡିଶା ୧୧/୦୨/୨୦୨୫ ମଙ୍ଗଳବାର:- ଆଜି ସାବା ପଞ୍ଚାୟତ ସ୍ଥିତ ମଙ୍ଗଳପୁର ଗ୍ରାମର ଶ୍ରୀଶ୍ରୀଶ୍ରୀ ବ୍ରାଘମ୍ବର ମହାଦେବଙ୍କ ଠାରେ ଦାତାଙ୍କ ଗ୍ରହ ଶାନ୍ତି ଓ ବିଶ୍ୱ ଶାନ୍ତି ଉଦେଶ୍ୟରେ କଳସ ଯାତ୍ରା, ରୁଦ୍ରା ଅଭିଶେଖ,ଘୃତ ଯଜ୍ଞ,ନାମ ଯଜ୍ଞ ଓ ଅର୍ଣ୍ଣ ଯଜ୍ଞ କାର୍ଯ୍ୟକ୍ରମ ହୋଇଯାଇଛି | କାର୍ଯ୍ୟକ୍ରମର ମୁଖ୍ୟ କର୍ତା ରୂପେ ଲେଙ୍ଗମା ଗ୍ରାମ ନିବାସୀ ଶ୍ରୀ ପଞ୍ଚାନନ ନାୟକ ଓ ତାଙ୍କ ଧର୍ମପତ୍ନୀଙ୍କ ସହ କର୍ମ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଆଖ ପାଖ ଗ୍ରାମର ବହୁ ପୁରୁଷ ଓ ମହିଳା ଭକ୍ତ ଯୋଗଦେଇ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ | ଉକ୍ତ କାର୍ଯ୍ୟ ପାଇଁ ପ୍ରାୟ ୫୦୦ ଭକ୍ତ ଦାନ ସ୍ୱରୂପ ୧୦୦୧ ଟଙ୍କାରୁ ଆଧିକ ଧାନ ରାଶି ଦେଇ ଥିବା ଦେଖିବାକୁ ମିଳିଛି | ଏହି କାର୍ଯ୍ୟକ୍ରମର ପ୍ରାୟ ୧୫ ଜଣ କମିଟି ଥିବା ସହ ସଭାପତି ରୂପେ ଲେଙ୍ଗମା ଗ୍ରାମବାସୀ ଶ୍ରୀ ଦୀନବନ୍ଧୁ ଗୌଡ଼,ଉପସଭା ରୂପେ ମେଣ୍ଟିବାଉଁଶ ଗ୍ରାମବାସୀ ଶ୍ରୀ ତ୍ରିପତି ପାତ୍ର, ସେକ୍ରେଟାରୀ ରୂପେ ମଙ୍ଗଳପୁର ଗ୍ରାମବାସୀ ଶ୍ରୀ ବିଦ୍ୟାଧର ପଣ୍ଡା ପ୍ରମୁଖଙ୍କ ସହଯୋଗରେ ଉକ୍ତ କାର୍ଯ୍ୟ ପ୍ରାୟ ୩ ବର୍ଷ ଧରି ଚାଲି ଆସୁଥଯିବା ଦେଖିବାକୁ ମିଳିଛି | ଏହା ଆହୁରି ରୋଚକ ଭକ୍ତ ବହୁଳ ଓ ଦାନି ବହୁଳ ହେବାକୁ ଯାଉଥିବା ଜଣାପଡିଛି |*
*ଗଂଜାମ ରିପୋର୍ଟର*
*ଶଙ୍କର ପାଣିଗ୍ରାହୀ*


