ଲୋକନୃତ୍ୟ ସମ୍ମାନ ଉତ୍ସବ ୨୦୨୫ ଅନୁଷ୍ଠିତ

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ଦିନ ଥିଲା ଲୋକଙ୍କ ଆମୋଦ ପ୍ରମୋଦ ପାଇଁ ଗ୍ରାମାଞ୍ଚଳରେ ଲୋକନୃତ୍ୟ, ଲୋକନାଟକ, ଲୋକକଳା ସବୁ ପରିବେଷିତ ହେଉଥିଲା। ଏହା ଦ୍ୱାରା ଆମ ହିନ୍ଦୁ ଧର୍ମରେ ଥିବା ପୌରାଣିକ କଥା ବସ୍ତୁକୁ ଶିଖିବାକୁ ମିଳୁଥିଲା କିନ୍ତୁ ଆଜିର ମୋବାଇଲ ଯୁଗରେ ସତେ ଯେପରି ଭାରତ ଲୀଳା, ସଖୀ ନାଟ, ପ୍ରହ୍ଲାଦ ନାଟକ, ପାଲା ପରି ଲୋକ ନୃତ୍ୟ ଲୋପ ପାଇବାରେ ଲାଗିଛି। ଭଞ୍ଜନଗରନିକଟ କଣ୍ଟାଡୋର ଗ୍ରାମର ଶ୍ରୀ ନୀଳକଣ୍ଠେସ୍ୱର ନାଟ୍ୟ ସଂସଦ ଆନୁକୂଲ୍ୟରେ କଳା ଓ କଳାକାର ବିକାଶ ଓ ସମ୍ମାନ ପାଇଁ ଲୋକ ନୃତ୍ୟ ସମ୍ମାନ ଉତ୍ସବ ୨୦୨୫ ଆୟୋଜିତ ହୋଇଥିଲା। ସୂଚନାଯୋଗ୍ୟ ଯେ ଗଂଜାମ ଜିଲ୍ଲାର ପାରମ୍ପରିକ ଲୋକ ନୃତ୍ୟ ଭାରତ ଲୀଳା ବେଶ ଲୋପ୍ରିୟତା ହାସଲ କରିଥିଲା। ଏପରିକି ଏହି ଲୋକ ନୃତ୍ୟ କଳାକାର ମାନେ ଦେଶ ଓ ଦେଶ ବାହାରରେ ନିଜର କଳା ପ୍ରଦର୍ଶନ କରି ବହୁ ଖ୍ୟାତି ଅର୍ଜନ କରିଥିଲେ କିନ୍ତୁ ସୁଯୋଗ ଓ ପ୍ରୋତ୍ସାହନ ଅଭାବରୁ ଏହି ଲୋକ ନୃତ୍ୟ ଲୋପ ପାଇବାରେ ଲାଗିଛି। ଏହି ଲୋକ ନୃତ୍ୟର ବିକାଶ ପାଇଁ ସରକାର ସହଯୋଗ କରିବା ଆବଶ୍ୟକ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ତଥା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ରବି ନାରାୟଣ ବେହେରା ଯୋଗ ଦେଇ ଭାରତଲୀଳାକୁ କିପରି ଜାତୀୟସ୍ତରରେ ପହଞ୍ôଚ ପାରିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ସମ୍ରାଟ ମିଡ଼ିଆ କ୍ଲବ ସଭାପତି ପ୍ରଦୀପ କୁମାର ସ୍ୱାଇଁ, ସଂଗୀତଜ୍ଞ କେ. ରାଜା ରାଓ, ଭାରତଲୀଳା ଗୁରୁ ରଙ୍କନିଧି ବେହେରା, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, ଅନୁଷ୍ଠାନର ଉପଦେଷ୍ଟା ପୁରୁଷୋତ୍ତମ ମହାପାତ୍ର ଉପସ୍ଥିତ ରହି ଭାରତଲୀଳାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଅନୁଷ୍ଠାନର ସଭାପତି କେଶବ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଚିନ୍ମୟ କୁମାର ବେବର୍ତ୍ତା ସଂଯୋଜନା କରିଥିବା ସମୟରେ ଉପଦେଷ୍ଟା ଶ୍ରୀଯୁକ୍ତ ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ୩୫ରୁ ଅଧିକ ଭାରତଲୀଳା କଳାକାରମାନଙ୍କୁ ‘ଲୋକନୃତ୍ୟ ସମ୍ମାନ-୨୦୨୫’ରେ ସମ୍ବର୍ଦ୍ଧିତ କରାଯାଇଥିଲା। 

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post