କାନାରା ବ୍ୟାଙ୍କ ପକ୍ଷରୁ ରୁଣ ମେଳା ଅନୁଷ୍ଠିତ

 


କାନାରା ବ୍ୟାଙ୍କ ପକ୍ଷରୁ ରୁଣ ମେଳା ଅନୁଷ୍ଠିତ 

ବ୍ରହ୍ମପୁର ତା ୧୩।୨(ସ୍ଥାନୀୟ ମହାତ୍ମାଗାନ୍ଧୀ ଷ୍ଟାଡିୟମ ନିକଟସ୍ଥ ଟ୍ରାକ୍ଟର ଷ୍ଟାଣ୍ଡ ଖାଲାସି ସାହି ସ୍ଥିତ 

କାନାରା ବ୍ୟାଙ୍କ ଶାଖା ପକ୍ଷରୁ ରୁଣ ମେଳା କାର୍ଯ୍ୟକ୍ରମ 

ଅନୁଷ୍ଠିତ ହୋଇ ଯାଇଛି। ବ୍ରହ୍ମପୁର ସହର ଓ ଏହାର ଆଖ ପାଖ ଶାଖାର ଶାଖା ପରିଚାଳକ ମାନଙ୍କ ପକ୍ଷରୁ ଗ୍ରାହକ ମାନଙ୍କୁ ଗୃହ,ଶିକ୍ଷା,ଗାଡ଼ି ଭଳି ବିଭିନ୍ନ ରୁଣ ପ୍ରଦାନ କରି ଥିଲେ। ଏହି ରୁଣ ମେଳା ରେ ମୁଖ୍ୟ ଅତିଥି ଭାବେ 

ଏଜିଏମ ଜି ଭେଙ୍କଟ ରସୁଣ ଶେଷୁ,ଡିଏମ ନବୀନ କୁମାର ବାଚୁ, ଶାଖା ପରିଚାଳକ ସମ୍ପଦ ମହାପାତ୍ର,ଅମ୍ରୀତ ସାମଲ, ପ୍ରଜ୍ଞା ରଞ୍ଜନ ସାହୁ, ନିୟତ ପାତ୍ର,ସୂର୍ଯ୍ୟ ନାରାୟଣ ରାଓ ଓ ଉମା ଶଙ୍କର ତ୍ରିପାଠୀ ଙ୍କ ସମେତ ବହୁ ଶାଖା ପରିଚାଳକ ଓ ଅଧିକାରୀ ଯୋଗ ଦେଇ କାନାରା ବ୍ୟାଙ୍କ ଗ୍ରାହକ ମାନଙ୍କୁ ବ୍ୟାଙ୍କର ସୁଧ ଓ 

ସେମାନଙ୍କ ଆବଶ୍ୟକ ଅନୁଯାୟୀ ସମସ୍ତ ପ୍ରକାର ରୁଣ ପ୍ରଦାନ କରିବାରେ ସହାୟକ ହୋଇଥାଏ। ଗ୍ରାହକ ମାନଙ୍କ ସୁବିଧା ନିମନ୍ତେ ବିକାଶ ନିମନ୍ତେ ରୁଣ ନେଇ ଏହାର ଲାଭ ଉଠାନ୍ତୁ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଶିକ୍ଷା ନିମନ୍ତେ ସେମାନଙ୍କ ପୁଅ ଝିଅଙ୍କୁ ରୁଣ ନେଇ ଉଚ୍ଚ ଶିକ୍ଷା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ।

Post a Comment

Previous Post Next Post