ଶ୍ରୀ ଶ୍ରୀ ବ୍ରାଘମ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ସଚେତନ କାର୍ଯ୍ୟକ୍ରମ |

ମୋ ନିୟୁଜ ଓଡିଶା ଢଉପଦା ୧୧/୦୨/୨୦୨୫ ମଙ୍ଗଳବାର :- ଆଜି ସାବା ପଞ୍ଚାୟତ ମଙ୍ଗଳପୁର ଗ୍ରାମର ଶ୍ରୀ ଶ୍ରୀ ବ୍ରାଘମ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କ୍ରର୍ଯ୍ୟକ୍ରମର ମୁଖ୍ୟ କେନ୍ଦ୍ରବିନ୍ଦୁ ଜଙ୍ଗଲରେ ଲାଗିଥିବା  ନିଆଁ କିଭଳି ଆୟତ କରାଯାଇପାରିବ ଓ ଯଦି କେହି ଜଙ୍ଗଲରେ ନିଆଁ ଲାଗିବାର ଦେଖନ୍ତି ତେବେ ସେମାନେ ତୁରନ୍ତ ବନ ରଖି ପର୍ଯ୍ୟନ୍ତ ଖବର ଦେବାପାଇଁ ପରାମର୍ଶ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଘୁମୁସର ବନ ଖଣ୍ଡ ବଡ଼ଗଡ଼ ବନାଞ୍ଚଳ  ଢଉପଦା ବିଭାଗର ବନ ରଖି ଶ୍ରୀ ସୁଧିକୁମାର ପଟନାୟକ ଓ ତାଙ୍କ ସହଯୋଗୀ ବୃନ୍ଦ ବୃକ୍ଷର ମହତ୍ୱ ବିଷୟରେ ବୁଝାଇବାସହ ସୁନ୍ଦର ଉଦାହରଣ ଦେଇଥବା  ଦେଖିବାକୁ ମିଳିଛି, ତାହା ହେଲା  ଯଦି ଗାଁରେ ନିଆଁ ଲାଗିବ ଆମେ କୋଉଠିକି ଯାଉଛେ ? ସାମ୍ନାରୁ ଉତ୍ତର ମିଳିଲା ଜଙ୍ଗଲକୁ , ଯଦି ଜଙ୍ଗଲ ନରହିବ ତେବେ କୋଉଠିକି ଯିବା ତେଣୁ ଜଙ୍ଗଲ ବହୁତ ଜରୁରୀ ତାହାର ସୁରକ୍ଷା ଆମର ଦାଇତ୍ୱ ବୋଲି କହିଥିଲେ  ଓ ହାତ ଯୋଡି ସମସ୍ତଙ୍କୁ  ଗୁହାରି କରିଥିଲେ କି ଜଙ୍ଗଲ ନିଆଁ କୁ ରୋକନ୍ତୁ ଏହା ଆମ ପରିବେଶକୁ ସନ୍ତୁଳନ କରିବାରେ ସହାୟକ | ଜଙ୍ଗଲ ଯୋଗୁ ବର୍ଷା ସମ୍ଭବ ହୋଇପାରୁଛି, ଜଙ୍ଗଲ ଯୋଗୁ ତାପମାତ୍ରା ସନ୍ତୁଳନ ହେଉଛି ତେଣୁ ପୃଥିବୀ ପାଇଁ ଜଙ୍ଗଲ ଅତ୍ୟନ୍ତ ଆବଶ୍ୟକ ବୋଲି କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ  ପାଖାପାଖି ଗ୍ରାମର ବହୁ ମହିଳା ଓ ପୁରୁଷ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା  |  


ଶଙ୍କର ପାଣିଗ୍ରାହୀ ଙ୍

Post a Comment

Previous Post Next Post