କନ୍ଧମାଳ: ମୋ ନିୟୁଜ ଓଡିଶା ୦୧/୦୨/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କାଶିନିପଦର ପଞ୍ଚାୟତ ଠାରେ ଆଖପାଖ ଅଞ୍ଚଳର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ବାରା ଗୋପିଙ୍ଗିଆ ଠାରେ ୪୦ ବର୍ଷ ପୂର୍ବେ ଏକ ଡ଼୍ୟାମ ନିର୍ମାଣ କରାଯାଇଛି ।ଏହି ଡ଼୍ୟାମରୁ ପ୍ରାୟ ୧ କି.ମି ପର୍ଯ୍ୟନ୍ତ ୩ ଗୋଟି ଗ୍ରାମର ଚାଷ ଜମିକୁ କେନାଲ ମାଧ୍ୟମରେ ଜଳସେଚନ କରିବାର ବ୍ୟବସ୍ଥା ମଧ୍ୟ ରହିଅଛି। କେନାଲ ଟି ଶାଶିପଦର, ଉଆଦୁର୍ଗା, ଜାର୍ଗିପଦର ପର୍ଯ୍ୟନ୍ତ ଯାଇଥିବାବେଳେ ଏହି ଗ୍ରାମର ପାଖାପାଖି ୧୦୦୦ ଚାଷି ପରିବାର ଜମିରେ ଜଳସେଚନ ଉପରେ ନିର୍ଭର ଶିଳ।ଏହି ତିନି ଗ୍ରାମ ରାଜସ୍ୱ ଭୁକ୍ତ ହୋଇ ଥିବା ବେଳେ ଏହି ତିନି ଗ୍ରାମର ଚାଷୀ ନିଜ ନିଜ ଜଳସେଚିତ ଜମି ବାବଦରେ ଜଳକର ମଧ୍ୟ ପୈଠ କରୁଥିଲେ । ଏହି ଡ଼୍ୟାମର ପାଣି ସେଚିତ କରି ବିଭିନ୍ନ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇ ପାରୁ ଥିଲେ।କିନ୍ତୁ ବର୍ତମାନ କ୍ଷୁଦ୍ର ଜଳସେଚନ ବିଭାଗର ଅଣଦେଖା ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଡ଼୍ୟାମ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ବିଭାଗୀୟ ଅଧିକାରୀ ମାନଙ୍କ ଅଣଦେଖା ଯୋଗୁଁ ପ୍ରକଳ୍ପ ମରାମତି ଓ ପୁନରୁଦ୍ଧାର ହୋଇ ପାରୁ ନଥିବାରୁ ପ୍ରକଳ୍ପ ପୋତି ହେବା ସହିତ ଜଳଧାରଣ କ୍ଷମତା କମି ଯିବା ସହିତ ପ୍ରକଳ୍ପ ସୁଖି ଯାଉଛି। ପ୍ରତିବର୍ଷ କେନାଲ ମରାମତି ଓ ଡ୍ୟାମ ପୁନରୁଦ୍ଧାର ପାଇଁ ବିପୁଳ ଅର୍ଥ ମଞ୍ଜୁର ହେଉଥିବା ବେଳେ ସେହି ଟଙ୍କା କେଉଁ ଆଡେ ଯାଉଛି ତାହା କେହି ଜାଣି ପାରୁ ନାହାନ୍ତି। ବିଗତ କିଛି ମାସ ତଳେ ବିନା ସୂଚନା ଫଳକ ରେ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଏକ ଠିକାଦାର ଦ୍ୱାରା କରାଯାଇଥିବା ବେଳ କାର୍ଯ୍ୟ ବିଷୟରେ କୌଣସି ସୂଚନା ଫଳକ ନ ଥିବା ଯୋଗୁଁ ଅଞ୍ଚଳ ବାସୀ କେତେ ଅଟକଳ ମୂଲ୍ୟ ମଞ୍ଜୁର ହୋଇଥିଲା ଏବଂ କେଉଁ କାମରେ କେତେ ଖର୍ଚ୍ଚ ହେଲା ତାହାର କୌଣସି ତଥ୍ୟ ଜାଣିପାରୁ ନଥିବା କହିଛନ୍ତି। ରକ୍ଷଣାବେକ୍ଷଣା ଓ ପୁନରୁଦ୍ଧାର କାର୍ଯ୍ୟ ରେ ବିଭାଗୀୟ ଅବହେଳିତ ଯୋଗୁଁ ପ୍ରକଳ୍ପ ଧିରେଧିରେ ପୋତି ହେବାକୁ ବସିଲାଣି ଯାହାଫଳରେ ଜଳଧାରଣ କ୍ଷମତା କମି ଯାଉଛି ଓ ଚାଷି ର ଜଳସେଚିତ ଜମି ଗୁଡ଼ିକୁ ପାଣି ପହଞ୍ଚି ପାରୁ ନାହିଁ। ତେଣୁକରି ଅଞ୍ଚଳର ଚାଷୀମାନେ ଦାବି କରୁଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗ ଏଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ପ୍ରକଳ୍ପ ପୁନରୁଦ୍ଧାର କାର୍ଯ୍ୟ କରିବା ସହିତ ସୌନ୍ଦର୍ଯ୍ୟ କରଣ କରିବା ନିମନ୍ତେ। ପୋତି ହୋଇଯାଇଥିବା ମାଟି ଓ ପଙ୍କ ବାହାର କରାଗଲେ ଡ୍ୟାମ ରେ ଜଳଧାରଣ ବୃଦ୍ଧି ହେବା ସହିତ ଚାଷୀ ମଧ୍ୟ ଉପକୃତ ହେଇ ପାରିବେ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। କ୍ଷୁଦ୍ର ଜଳସେଚନ ବିଭାଗ ଚାଷୀଙ୍କ ଜୀବନ ଜୀବିକା କୁ ପ୍ରାଧାନ୍ୟ ଦେଇ ଯଥାଶୀଘ୍ର ଗୋପିଙ୍ଗିଆ ଡ୍ୟାମର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ କରି ଜଳ ସଂରକ୍ଷଣ କ୍ଷମତା ବୃଦ୍ଧି ଓ ପର୍ଯ୍ୟାପ୍ତ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରିବା ଲାଗି ଅଞ୍ଚଳର ଚାଷୀ ଦାବି କରିଛନ୍ତି।