କନ୍ଧମାଳ ମୋ ନିୟୁଜ ଓଡିଶା :୦୧/୦୨/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ସାଡ଼ିଙ୍ଗିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ବିଦ୍ୟାଳୟରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ସି.ଆର୍.ସି.ସି. ପ୍ରଦୀପ ଚନ୍ଦ୍ର ମଲିକଙ୍କ ତତ୍ତ୍ଵବଧାନରେ ଶାନ୍ତିଶୃଙ୍ଖଳାର ସହିତ ଉକ୍ତ ମେଳା ସମାପନ ହୋଇଛି । ପ୍ରାଥମିକ ବିଦ୍ୟାଳୟରେ ପ୍ରାରମ୍ଭିକ ସ୍ତର ତଥା ପ୍ରଥମରୁ ତୃତୀୟ ଶ୍ରେଣୀ ଶିକ୍ଷାର୍ଥୀଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କ୍ଷେତ୍ରରେ ଦକ୍ଷତା ହାସଲ ତଥା ସୁଚାରୁ ରୂପେ କାର୍ଯ୍ୟ କରୁଥିବା ବିଦ୍ୟାଳୟ ଗୁଡ଼ିକୁ ପ୍ରଶଂସିତ କରିବା ଏହାର ଉଦ୍ଦେଶ୍ୟଗୁଡ଼ିକୁ ଗୋଷ୍ଠି ତଥା ଅଭିଭାବକ ମାନଙ୍କୁ ଜଣେଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭବେ ସରପଞ୍ଚ ଶ୍ରୀମତୀ ସାଦ୍ମିନୀ କହଁର,ଉଦଘାଟନ କରିବା ସହିତ ଏଫ.ଏଲ.ଏନ ଶିକ୍ଷକ ତଥା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଇଥିଲା । ସମ୍ମାନୀତ ଅତିଥି ଭାବେ ସାଡ଼ିଙ୍ଗିଆ ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜଗନ୍ନାଥ ବିଶ୍ଵାଳ, ୱାଡ଼ ୱେମ୍ବର ଅନୀତା କହଁର ଉପସ୍ଥିତ ରହି ନିପୁଣ ଓଡ଼ିଶା ମେଳା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ମନୋହର ମଲିକ, ଉମେଶ ଚନ୍ଦ୍ର କହଁର ସୁଧାକର ସାହୁ ସୁଦର୍ଶନ କହଁର,ବିପ୍ରଚରଣସ୍ୱାଇଁ ବଳରାମ କହଁର,ମନ୍ମଥ ଦିଗାଲ, ରାଜୀବ ବେହେରା,ନିର୍ମଳା ପ୍ରଧାନ, ପ୍ରିୟତମା ପରିଡ଼ା,ବିରେନ୍ଦ୍ର ସେଠୀ,ଜୟଦେବ ରଣା କୈଳାସ କହଁର,ସହଯୋଗ କରିଥିଲେ । ଅଜିତ ମଳିକ ଓ ଅକ୍ରୁର କୁମ୍ଭାର ମଞ୍ଚ ପରିଚାଳନା କରିଥିଲେ । ସାଡ଼ିଙ୍ଗିଆ ,ଲେଣ୍ଡି ଗାଁ, ସୁନାରଦେଇ ଅଙ୍ଗନୱାଡ଼ି କର୍ମୀ ପୃଷ୍ଟିକର ଭୋଜନ ଓ ଗୋଟିଏ ଗୀତ ପିଲାମାନଙ୍କପାଇଁ ଅଭିନୟ ସହ ପରିବେଷଣ କରିଥିଲେ।