(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବୁଗୁଡ଼ା : ମୋ ନିୟୁଜ ଓଡିଶା +୨ କଳା ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବୁଗୁଡ଼ା ଅଞ୍ଚଳର ୫ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୦୯୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୭୩ ପରୀକ୍ଷା ଦେଇଥିବା ବେଳେ ୨୧ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଜଣାଯାଇଛି । ବୁଗୁଡ଼ା ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ଆତ୍ମ ପ୍ରକାଶ ନାୟକଙ୍କ ତତ୍ତ୍ଵାବଧାନରେ ୪୨୮ରୁ ୪୨୧ ଜଣ ଓ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ମନୋଜ କୁମାର ସ୍ବାଇଁଙ୍କ ତତ୍ତ୍ବାବଧାନରେ ୧୬୦ରୁ ୧୫୬ ଜଣ , ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ ସରୋଜ କାନ୍ତ ଦାସଙ୍କ ତତ୍ତ୍ବାବଧାନରେ ୨୯୭ରୁ ୨୯୪ ଜଣ ଓ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ୧୪୦ରୁ ୧୩୯ ଜଣ, କରଚୁଲି ଶକୁନ୍ତଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ଗଦାଧର ମିଶ୍ରଙ୍କ ତତ୍ତ୍ଵାବଧାନରେ ୬୯ରୁ ୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ତେବେ ପିପୁଲ୍ସ କଲେଜ କେନ୍ଦ୍ରରେ ପିପୁଲ୍ସ କଲେଜର ଛାତ୍ରଛାତ୍ରୀଙ୍କ ସମେତ ବାଲିପଦରସ୍ଥ ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁଙ୍କେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କପିକୁ ରୋକିବା ପାଇଁ ପରୀକ୍ଷାର୍ଥୀଙ୍କୁ କଡାକଡି ଭାବେ ଯାଞ୍ଚ କରାଯାଇଥିବା ବେଳେ ଉକ୍ତ ୫ଟି କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ପ୍ରଥମ ଦିନର ପରୀକ୍ଷା ସମ୍ପନ୍ନ ହୋଇଥିବା ଜଣାଯାଇଛି ।