(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲାରେ ଏଭଳି ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଭାରତୀୟ ବିରଳ ମୃତ୍ତିକା ଲିମିଟେଡ୍(ଆଇଆରଇଏଲ) ସହିତ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଦୂର ହେବ ଜଳ କଷ୍ଟ । ସମୁଦ୍ରର ଲୁଣିଆ ପାଣିରୁ ମିଳିବ ମଧୁର ଜଳ । ସେହି ପାଣିକୁ ପାଇପ ଯୋଗେ ଗ୍ରାମ ଗୁଡିକୁ ପଠାଯିବ । ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରାଯାଇଛି I ଆଇଆରଇଏଲ (IREL) ମଧ୍ୟରେ ରହିଥିବା ଲବଣ ଅପସାରଣ ପ୍ଲାଣ୍ଟରେ ସମୁଦ୍ରର ଲୁଣି ଜଳ ମଧୁର ଜଳରେ ପରିବର୍ତ୍ତନ କରାଯିବ । ସେହି ମଧୁର ଜଳକୁ ନିକଟବର୍ତ୍ତୀ ଆର୍ଯ୍ୟପଲ୍ଲୀ ଓ ମାଟିଖାଲ ଗ୍ରାମକୁ ପାଇପ ଲାଇନ ଯୋଗେ ଜଳଯୋଗାଣ କରାଯିବ । IREL, ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ମଧ୍ୟରେ ସମୁଦ୍ରର ଲୁଣିଆ ପାଣିକୁ ଟ୍ରିଟମେଣ୍ଟ କରି ମଧୁର ଜଳଯୋଗାଣ ମାଧ୍ୟମରେ ୨ ଗ୍ରାମକୁ ପାଣି ଯୋଗାଇବାକୁ IREL ଯୋଜନା କରିଥିବା ବେଳେ ଏନେଇ IREL ଓ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ IRELର ମୁଖ୍ୟଙ୍କ ସମେତ ସମସ୍ତ ଅଧିକାରୀ ଏବଂ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ଆଗାମୀ ଏକ ବର୍ଷ ମଧ୍ୟରେ ଏହି ପ୍ଲାଣ୍ଟରୁ ଜଳଯୋଗାଣ ମାଧ୍ୟମରେ ୨ ଗ୍ରାମକୁ ଜଳ ଯୋଗାଇବା କାର୍ଯ୍ୟ ଆରମ୍ଭ ହେବ । ମୁଖ୍ୟତଃ ଏହି ପ୍ଲାଣ୍ଟରେ ପ୍ରତ୍ୟେକ ଦିନ ସମୁଦ୍ରର ଜଳ ୫ ଏମଏଲଡ଼ି ରହିବ । ସେଥିରୁ ୪.୫ ଏମଏଲଡ଼ି ପାଣି ବାହାରିବା ପରେ ସେଥିମଧ୍ୟରୁ IRELର ବ୍ୟବହାର କରିବା ପାଇଁ ଆବଶ୍ୟକ ଜଳର ବ୍ୟବହାର ପରେ ଅବଶିଷ୍ଟ ୧.୫ ଏମଏଲଡ଼ି ମଧୁର ପାଣିକୁ ୨ଟି ଗ୍ରାମକୁ ଛଡ଼ାଯିବ ।
ଏଥିପାଇଁ ମୋଟ ୪ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ରହିଥିବା ବେଳେ ତାହା IREL ପକ୍ଷରୁ ଖର୍ଚ୍ଚ କରାଯିବ । ମୁଖ୍ୟତଃ ଏହି ପ୍ରକଳ୍ପ ଭାବା ଅଟୋମିକ୍ ରିସର୍ଚ୍ଚ ସେଣ୍ଟରର ଟେକନିକ୍ ଦ୍ୱାରା ଏହି ଲବଣ ଅପସାରଣ କାର୍ଯ୍ୟ କରାଯିବ । ସମୁଦ୍ର ଉପକୂଳ କ୍ଷେତ୍ରରେ ଏଭଳି ପରିକଳ୍ପନା ଓଡ଼ିଶାରେ ଏହା ପ୍ରଥମ ବୋଲି କହିଛନ୍ତି ଆଇଆରଇଏଲ ଜେନେରାଲ ମ୍ୟାନେଜର । ଚୁକ୍ତିନାମା ସ୍ୱାକ୍ଷର ପରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏକ ବର୍ଷ ମଧ୍ୟରେ କାମ ଶେଷ କରି ୨ ଗାଁକୁ ପାଣି ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।