ଦିବ୍ୟାଙ୍ଗ ଙ୍କୁ ଇ -ରିକ୍ସା ପ୍ରଦାନ କଲେ ଜିଲ୍ଲାପାଳ


ମାଲକାନଗିରି, ତା ୧୨/୦୧ ମୋ ନ୍ୟୁଜ ଓଡ଼ିଶା (ସତ୍ୟ ନାରାୟଣ ଦାଶ)ଦିବ୍ୟାଙ୍ଗମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେନେଇ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ବର୍ତ୍ତମାନ ଦିବ୍ୟାଙ୍ଗ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ଜିଲ୍ଲାର ୭ ଜଣ ଦିବ୍ୟାଙ୍ଗଙ୍କୁ ଇ-ରିକ୍ସା ପ୍ରଦାନ କରାଯାଇଛି। ଇ-ରିକ୍ସା ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ସୋମନାଥ ପ୍ରଧାନ,ଡିଏସ୍ଏସଓ ନିର୍ମଳ ଧାରୁଆ, ବିଏସ୍ଏସଓ ରାଜୀବ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ଚିତ୍ରକୋଣ୍ଡାର ରାମଚନ୍ଦ୍ର ଖିଲ ଓ ବଡ଼ପଡ଼ା ପଞ୍ଚାୟତ ଅର୍ଣ୍ଣାଭଟ୍ଟା ଗ୍ରାମର ଘାସିରାମ ପାଙ୍ଗି, ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ପଞ୍ଚାୟତ ପୂଜାରୀଗୁଡ଼ା ଗ୍ରାମର ଦୈତାରି ହନ୍ତାଳ, ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ଡାଇଗୁଡ଼ା ଗ୍ରାମର ଦୁର୍ଗା ପ୍ରସାଦ ମାଝି, କୋରୁକୋଣ୍ଡା ବ୍ଲକ କାମୱାଡ଼ା ଗ୍ରାମର ପଦିଆ ପଡିଆମୀ ଏବଂ କାଲିମେଳା ବ୍ଲକର ମାନ୍ୟମକୋଣ୍ଡା ପଞ୍ଚାୟତ ତାମଗୁଡ଼ା ଗ୍ରାମର ପଡିଆମୀ କାନା ଙ୍କୁ ଇ-ରିକ୍ସା ପ୍ରଦାନ କରାଯାଇଥିଲା । ଏମାନେ ନିଜ ଅଞ୍ଚଳରେ ଗ୍ରାହକମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ବେଶ ଦିପଇସା ରୋଜଗାର କରିପାରିବେ ବୋଲି  କହିଛନ୍ତି।

Post a Comment

Previous Post Next Post