କୁମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।

 


ମାଲକାନଗିରି ତା ୧୨/୦୧ ମୋ ନ୍ୟୁଜ ଓଡ଼ିଶା (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । ଜଙ୍ଗଲ ଭିତରେ କୁମ୍ବିଂ ଅପରେସନ ବେଳେ ଠାବ ହୋଇଛି ବଡ ଧରଣର ମାଓ ଡମ୍ପ। ଏହାରି ମଧ୍ୟରେ ଅନେକ ବନ୍ଧୁକ, ଗୁଳି ସାମଗ୍ରୀ ପ୍ରଭୃତି ରହିଛି । ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ଏମ୍‌ଭି ୭୯ ଥାନା ଅନ୍ତର୍ଗତ ଜିନେଲ ଗୁଡା ଜଙ୍ଗଲରେ ଡିଭିଏଫ ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା ବେଳେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଏକ ମାଓ ଡମ୍ପ ଠାବ ହୋଇଥିଲା । ଯାହା ମଧ୍ୟରେ ରହିଛି ଗୋଟିଏ ଏସ୍‌ଏଲ୍‌ଆର୍‌ ବନ୍ଧୁକ, ଏସ୍‌ଏଲ୍‌ଆର୍‌ ମାଗାଜିନ, ଚାରିଟି ଚାର୍ଜର, ୫୦ ଟି ଏସ୍‌ଏଲ୍‌ଆର୍‌ ଗୁଳି ସହ ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ରହିଛି । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଏହି ସବୁ ବିସ୍ଫୋରକ ସାମଗ୍ରୀ ଜଙ୍ଗଲ ଭିତରେ ଲୁଚେଇ ରଖିଥିଲେ ବୋଲି ମାଲକାନଗିରି ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି ।

Post a Comment

Previous Post Next Post