ସାତନଳ ସ୍ଥିତ ସାଇପ୍ରଭା ଗୁରୁକୁଳ ଠାରେ ଗତ ୪ତାରିଖରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ବାରା ପ୍ରାୟ ୩୦ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। କନିଷ୍ଠ ଓ ବରିଷ୍ଠ ବର୍ଗର ଛଅଟି ପ୍ରକଳ୍ପ ବିଚାରକ ମାନଙ୍କ ଦ୍ବାରା ଶ୍ରେଷ୍ଠ ବିବେଚିତ ହୋଇ ପୁରଷ୍କୃତ ହୋଇଥିବା ବେଳେ ସମସ୍ତ ପ୍ରତିଯୋଗିଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ପୁରଷ୍କାର ବିତରଣ ଉତ୍ସବ ରେ ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଭିମନ୍ୟୁ ଜେନା ଯୋଗଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ନୀଳକଣ୍ଠ ଦାଶ ମୁଖ୍ଯ ବକ୍ତା ରୂପେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ଯ ରେ ସିଆରସିସି ଶ୍ରୀ ନିରଂଜନ ଦାସ, ଅଧ୍ୟାପକ ଶ୍ରୀ ରତ୍ନାକର, ଶିକ୍ଷକ ଶ୍ରୀ krushna chandra patra, ଶ୍ରୀ ଦୀପକ କୁମାର ବିଷୋୟୀ, ଶିକ୍ଷୟିତ୍ରୀ ଶ୍ରୀମତୀ ସୋନାଲୀ ବେହେରା ପ୍ରମୁଖ ବିଚାରକ ତଥା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଥିଲେ। ବିଜ୍ଞାନ ଓ ବିଜ୍ଞାନ ମେଳା ର ଆବଶ୍ଯକତା ଉପରେ ଅତିଥି ମାନେ ବକ୍ତବ୍ଯ ରଖି ଥିଲେ। ଗୁରୁଜୀ ଶ୍ରୀ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ଯବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀ ବ୍ରଜ କିଶୋର ପଣ୍ଡା , ଅଧ୍ଯକ୍ଷା ଶ୍ରୀମତୀ ରଶ୍ମିତା ଦାଶ, ସମସ୍ତ ଗୁରୁମା, ଛାତ୍ରଛାତ୍ରୀ ସହଯୋଗ କରିଥିଲେ।