ଛତିଶଗଡର ସାମ୍ବାଦିକ ମୁକେଶଙ୍କ ହତ୍ୟା ଘଟଣାକୁ ନିନ୍ଦା କରିବା ସହ ଶୋକ ପ୍ରକାଶ କଲେ ମାଲକାନଗିରି ଜିଲ୍ଲା ସାମ୍ବାଦିକ ସମନ୍ଵୟ କମିଟିର ସଦସ୍ୟ।

 


ମାଲକାନଗିରି ତା  ୦୪/୦୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ଛତିଶଗଡ ବିଜାପୁର ଜିଲ୍ଲାରେ ଏନଡିଟିଭି ସାମ୍ବାଦିକ ମୁକେଶ ଚନ୍ଦ୍ରାକାରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଏହି ଘଟଣାକୁ ବିରୋଧ କରି ବିରୋଧ ସଭା ଏବଂ ସ୍ଵର୍ଗତ ସାମ୍ବାଦିକଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଶୋକ ତଥା ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ହତ୍ୟା କରାଯାଇଥିବା ବେଳେ ପାଇଖାନା ଟାଙ୍କିରୁ ତାଙ୍କର ମରଶରୀର ଉଦ୍ଧାର କରାଯାଇଛି। ଏହି ହତ୍ୟା ଘଟଣା କୁ  ନେଇ ମାଲକାନଗିରି ସାମ୍ବାଦିକ ସମନ୍ଵୟ କମିଟି ପକ୍ଷରୁ ଏକ ବିରୋଧ ଓ ଶୋକ ସଭାର ଆୟୋଜନ କରଯାଇଥିଲା। ମାଲକାନଗିରି ଜିଲ୍ଲା ସଦରରେ ଥିବା ଆଓମା ଗୁରୁକୁଳରେ ଜିଲ୍ଲା ସାମ୍ବାଦିକ ସମନ୍ଵୟ କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଏଥିରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗଣ ଏବଂ ମାଲକାନଗିରି ପୌର ପରିଷଦର ସାଂସଦ ପ୍ରତିନିଧି ବିଜୟ ମହାରଣା, ବିଧାୟକ ପ୍ରତିନିଧି ରାହୁଲ ତିବାରି, ଜିଲ୍ଲା କଂଗ୍ରେସ କମିଟିର ବରିଷ୍ଠ ନେତା ଜି ଶ୍ରୀନିବାସ ରାଓ ଓ ବିଜେପି ଦଳର ବରିଷ୍ଠ ନେତୃ ମଣ୍ଡଳୀ ଏବଂ ସାଧାରଣ ଜନତା ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମୃତ ସାମ୍ବାଦିକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏହି ଘଟଣାକୁ ନିନ୍ଦା କରି ପୋଲିସ ପକ୍ଷରୁ ଉଚିତ ପଦକ୍ଷେପ ପାଇଁ ଦାବି କରାଯାଇଛି।

Post a Comment

Previous Post Next Post