ଗୋଛାପଡା ତରଫରୁ ଜୋର୍ ଧରିଲା ଗୋଛାପଡା ବ୍ଲକ ଗଠନ ଦାବି ।

 


କନ୍ଧମାଳ  ମୋ ନିୟୁଜ ଓଡିଶା : ୨୮/୦୧/୨୦୨୪

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ 

କନ୍ଧମାଳ ଜିଲ୍ଲାର ଦିତୀୟ ସର୍ବବୃହତ ବ୍ଲକ୍ ଫିରିଙ୍ଗିଆ ହୋଇଥିବା ବେଳେ ଏହି ଅଞ୍ଚଳ ଜଙ୍ଗଲ ପାହାଡିଆ ଅଞ୍ଚଳ ହୋଇଥିବାରୁ ଲୋକ ମାନେ ବିଭିନ୍ନ ସରକାର ମୌଳିକ ସୁବିଧା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏଥିପାଇଁ ଗୋଛାପଡା କୁ ନୂତନ ବ୍ଲକ୍ ଗଠନ ପାଇଁ ବହୁ ବର୍ଷରୁ ଦାବିକରି ଆସୁଥିଲେ ମଧ୍ୟ କୈାଣସି ଫଳପ୍ରଦ ହୋଇପାରି ନାହିଁ । ବର୍ତ୍ତମାନ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ନୂତନ ପଞ୍ଚାୟତ ଓ ବ୍ଲକ୍ ଗଠନ ପାଇଁ ସରକାର ଆଲୋଚନା କରିଛନ୍ତି । ଏଣୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା ଜଗନ୍ନାଥ ମନ୍ଦିର ନିକଟରେ  ନୂତନ ବ୍ଲକ ଗଠନ ଦାବିରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଗୋଛାପଡା, ସଲାଗୁଡା, ପଲାବ୍ରୁଡି, କ୍ରାଣ୍ଡିବାଲି, ପକାରୀ, ବାଲନ୍ଧାପଡା, ଲୁଇସିଙ୍ଗି, ପାଇରାଜୁ, କୁଏରିମାଣ୍ଡୁ ଇତ୍ୟାଦି ୯ ଗୋଟି ପଞ୍ଚାୟତ ବାସୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ନିମନ୍ତେ ଗୋଛାପଡା ଠାରେ ନୂତନ ବ୍ଲକ ଗଠନ କରିବାକୁ ଦାବି ଜୋର୍ ଧରିଛି। ଆଜି ପୂର୍ବତନ ବିଧାୟକ ଶ୍ରୀ ଅଙ୍ଗଦ କହଁର ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।  ବ୍ଲକ୍  ଗଠନ ଦାବିରେ ଉକ୍ତ ବୈଠକ ରେ ନଅ ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ । ଅଞ୍ଚଳ ବିକାଶ ନିମନ୍ତେ କାର୍ଯ୍ୟକରିବା ପାଇଁ ଆଜି " ଆଞ୍ଚଳିକ ବିକାଶ ପରିଷଦ " ନାମରେ ଏକ ସଂଗଠନ ଗଠନ କରାଯାଇ ନିମ୍ନ ଦର୍ଶିତ ପ୍ରକାରେ କର୍ମ କର୍ତ୍ତା ଚୟନ କରାଯାଇଥିଲା । ସଭାପତି ରୋହିତ କହଁର, ଉପ ସଭାପତି ବିଶ୍ବରଂଜନ କହଁର, ସଂପାଦକ ଜମ୍ବେଶ୍ଵର କହଁର ଓ ସହ ସଂପାଦକ  ଅର୍ଜୁନ କହଁର ଏବଂ ଯୁଗ୍ମ ସଭାପତି ଭାବେ ଲକ୍ଷ୍ମୀ କହଁର,କେଶବ କହଁର, ପ୍ରଦୀପ ନାୟକ, ମନୋନୀତ ହୋଇ ଥିବାବେଳେ ଯୁଗ୍ମ ସଂପାଦକ ଗୋବିନ୍ଦ ମଲିକ, ଯୁଗାନ୍ତ କହଁର,ଧନପତି ଦିଗାଲ ଏବଂ କୋଷାଧ୍ୟକ୍ଷ ଭାବେ ଲୀଳାବତୀ କହଁର ଙ୍କୁ ମନୋନୀତ କରାଗଲା । ଆଗାମୀ ୩୦ତାରିଖ ଦିନ ପୂନର୍ବାର ବୈଠକ ବସିବାକୁ ନିଷ୍ପତ୍ତି କରାଗଲା । ବ୍ଲକ ଗଠନ ପାଇଁ ରାଜ୍ୟପାଳ ଙ୍କ ନିକଟକୁ ଦାବି ପତ୍ର ଜିଲ୍ଲା ପାଳ ଙ୍କ ନିକଟରେ ଦିଆ ଯିବାକୁ ନିଷ୍ପତ୍ତି କରାଗଲା ।

Post a Comment

Previous Post Next Post