ଆଠ ମାସ ହେଲା ଜଳୁନି ଷ୍ଟ୍ରିଟ ଲାଇଟ୍ ରିପିଆର ପାଇଁ ଦାବି


କନ୍ଧମାଳ: ମୋ ନିୟୁଜ ଓଡିଶା ୨୮/୦୧/୨୦୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ 

 କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ କ୍ରାଣ୍ଡିବାଲି ପଞ୍ଚାୟତ ୧୧ ନଂ ୱାର୍ଡ଼ କାମଟଣା ଗ୍ରାମର ଛକ ନିକଟରେ ଥିବା ଷ୍ଟ୍ରିଟ ଲାଇଟ୍ ଆଜକୁ ପ୍ରାୟ ଆଠ ମାସ ହେବ ଅଚଳ ହୋଇ ପଡ଼ିରହିଛି । ଏହି ବିଷୟରେ ଲାଇନମେନକୁ ବାରମ୍ବାର ଅବଗତ କରି ପଞ୍ଚାୟତକୁ ଜଣାଇ ଥିଲେ ମଧ୍ୟ ରିପିଆର ପାଇଁ ଆସୁନାହାଁନ୍ତି । ଏହି ଅଞ୍ଚଳ ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳ ଓ ପାଖରେ ପାଖରେ ବିଦ୍ୟାଳୟ ଥିବାରୁ ରାତ୍ରୀ ବିଦ୍ୟାଳୟରୁ ଚୋରି ହେବାର ଆଶଙ୍କା ରହିଅଛି  । ତେଣୁ ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ଏହି ସମସ୍ୟାକୁ ଦୃଷ୍ଟି ଦେଇ ଯଥାଶୀଘ୍ର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Post a Comment

Previous Post Next Post