ଦୁର୍ବଳର ଉପରେ ସବଳର ଅତ୍ୟାଚାର

  


   ମୋ ନିୟୁଜ ଓଡିଶା ଅଜସ୍ୱ ବିଭାଗର ଅଜବ ନୀତି ବାପଅଜା ଅମଳରୁ ସରକାରୀ ଜମିକୁ ଦଖଲ ରେ ରଖି ରାଜସ୍ୱ ବୁଝାଇ ଘରକରି ରହି ଆସୁଥିବା ଭୂମିହୀନ ପରିବାର କୁ ଘରଭଙ୍ଗିବା ପାଇଁ ରାଜସ୍ବ ବିଭାଗ ର ନୋଟିସ I ବିଭାଗ ର କାର୍ଯ୍ୟଜଳାପ ରେ ଅସନ୍ତୋଷ ଅଞ୍ଚଳବାସୀ I ନ୍ୟାୟ ନମିଳିଲିଲେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଆମରଣ ଅନଶନ କରିବା ପାଇଁ ନିଷ୍ପତି ନେଇଛନ୍ତି ଅସହାୟ ପରିବାର I 

କନ୍ଧମାଳ:୧୨/୦୧/୨୦୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ 

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗୋଟେ ପଟେ ଗରିବ ଅସହାୟ ଭୂମି ହୀନ ମାନଙ୍କୁ ଜମି ଯୋଗାଇ ଦେବା ସହ ପକ୍କା ଘର ନିର୍ମାଣ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି I ସେହିଭଳି ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ସରକାର ଜଙ୍ଗଳ ଜମି ଅଧିକାର ଆଇନ ବଳରେ ଭୂମିହୀନ ମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉଛି I ସରକାରଙ୍କ ଏଭଳି ଜନହିତକାରୀ ଯୋଜନା ରାଜ୍ୟ ସରକାରଙ୍କ ତରଫରୁ ପ୍ରଣୟନ କରାଯାଇଥିବା ବେଳେ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି I ଭୂମିହୀନ ଙ୍କୁ ଜମି ପଟ୍ଟା ପ୍ରଦାନ ତ ଦୂରର କଥା ବର୍ଷବର୍ଷ ଧରି ସରକାରୀ ଜମିକୁ ଜବର ଦଖଲ କରିବା ସହ ରାଜସ୍ବ ବୁଝାଇ ଘରକରି ପରିବାର ସହ ରହି ଆସୁଥିବା ଭୂମିହୀନ ମାନଙ୍କୁ ଘର ଭାଙ୍ଗିବା ପାଇଁ ନୋଟିସ ଜାରି କରୁଛି ଫିରିଙ୍ଗିଆ ରାଜସ୍ୱ ବିଭାଗ I ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ତହସିଲ ଅଧୀନରେ ଥିବା ପିତାବଳି ମନ୍ଦିର ନିକଟରେ I ସୂଚନା ଅନୁସାରେ ଏହି ପୀତବାଲି ମନ୍ଦିର ନିକଟରେ କୈଳାସ ଚନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତି ବାପଅଜା ଅମଳରୁ ଏକ ସରକାରୀ ଜମିକୁ ଜବରଦଖଲ କରି ଏକ ଛୋଟିଆ ଘର କରି ନିଜ ପରିବାର ସହ ରହି ଆସୁଥିବା ବେଳେ ସେହି ଜାଗାରେ ଏକ ଛୋଟିଆ ଦୋକାନ କରି ନିଜର ପରିବାର ପରିପୋଷଣ କରିଆସୁଛନ୍ତି I ଏହି ସରକାରୀ ଜମି ପାଇଁ ସେ ରାଜସ୍ୱ ବିଭାଗ କୁ ରାଜସ୍ବ ମଧ୍ୟ୍ୟ ବୁଝାଇ ଆସୁଛନ୍ତି I କିନ୍ତୁ କିଛିଦିନ ହେଲା କୈଳାସ ଘରକରି ରହିଆସୁଥିବା ଏହି ସରକାରୀ ଜମି ଉପରେ ପଡିଛି ଫିରିଙ୍ଗିଆ ସହରର କିଛି ପ୍ରତିଷ୍ଠିତ ବ୍ୟକ୍ତି ଙ୍କ ଲୋଲୁପ ଦୃଷ୍ଟି I ବର୍ତମାନ ସେହି ବଡବଡିଆ ଙ୍କ ଚକ୍ରାନ୍ତ ଓ ଚାପର ବସବର୍ତ୍ତୀ ହୋଇ ଫିରିଙ୍ଗିଆ ରାଜସ୍ୱ ବିଭାଗ ଏହି ଗରିବ ଅସହାୟ ଭୂମିହୀନ କୈଳାସ ବେହେରାଙ୍କୁ ଘର ଭାଙ୍ଗିବା ପାଇଁ ନୋଟିସ ଜାରିକରିଥିବା କୈଳାସ ଅଭିଯୋଗ କରିଛନ୍ତି I ସେପଟେ କୈଳାସ ଜଣେ ଭୂମିହୀନ ଓ ତାଙ୍କର ଅନ୍ୟକୌଣସି ରହିବା ଜାଗା କିମ୍ବା ଜମି ନଥିବାରୁ ନୋଟିସ ପାଇଲା ପରେ ଅସହାୟ କୈଳାସ ଘର ଓ ଜମି ହରାଇବା ଚିନ୍ତାରେ ଭାଙ୍ଗି ପଡିଛନ୍ତି I ନୋଟିସ ପାଇବା ପରେ ଏବେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଯାଇ ଅଭିଯୋଗ କରି ବିଫଳ ହେବାପରେ ଶେଷରେ ଗଣମାଧ୍ୟମ ର ସହଯୋଗ କାମନା କରିଛନ୍ତି ଅସହାୟ କୈଳାସ I ସେପଟେ ନ୍ୟାୟ ନପାଇଲେ ଶେଷରେ ପରିବାର ସହ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ମଧ୍ୟ୍ୟ କହିଛନ୍ତି କୈଳାସ I ସେପଟେ କୈଳାସ ଙ୍କ ସପକ୍ଷରେ ବାହାରିଛନ୍ତି ଫିରିଙ୍ଗିଆ ର ଅନେକ ସାହି ବାସିନ୍ଦା I ରାଜସ୍ୱ ବିଭାଗ ଯଦି କୈଳାସ ଙ୍କ ଘର ଭାଙ୍ଗେ ତାହେଲେ ଅଞ୍ଚଳ ବାସୀ ଆନ୍ଦୋଳନ କୁ ମଧ୍ୟ୍ୟ ଓହ୍ଲାଇବାକୁ ପଛେଇବେ ନାହିଁ ବୋଲି ମତ ଦେଇଛନ୍ତି I ସେପଟେ କୈଳାସ ଙ୍କ ଏହି ଘର ଭାଙ୍ଗିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ନୋଟିସ ଜାରି କରାଯିବା ଘଟଣାକୁ ନେଇ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ନାପସନ୍ଦ କରିବା ସହ ନିନ୍ଦା ମଧ୍ୟ୍ୟ କରିଛନ୍ତି I ସେପଟେ ଅଂଚଳର କିଛି ପ୍ରତିଷ୍ଠିତ ବ୍ୟକ୍ତି ଙ୍କ ଚାପରେ ପଡି ରାଜସ୍ୱ ବିଭାଗ କୈଳାସ ଙ୍କୁ ଘର ଭାଙ୍ଗିବା ପାଇଁ ନିର୍ଦେଶ ଜାରି କରିବା ଘଟଣା ପରେ ସ୍ଥାନୀୟ ତହସିଲଦାର, ରାଜସ୍ୱ ନିରୀକ୍ଷକ ଓ କାର୍ଯ୍ୟରତ ଅମିନ ଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଜନସାଧାରଣ I ଅନ୍ୟପଟେ କୈଳାସ ଙ୍କ ଏହି ଘଟଣା ଉପରେ କାନ୍ଧମାଳ ଜିଲ୍ଲାପାଳ ଉପଜିଲ୍ଲାପାଳ ହସ୍ତକ୍ଷେପ କରି ପୁନଃ ବିଚାର କରିବା ସହ ନ୍ୟାୟ ପ୍ରଦାନ କରିବା ପାଇଁ ଏବେ ଦାବି ଜୋର ଧରିଛି I

Post a Comment

Previous Post Next Post