ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ଘଟଣା

 


ମୋ ନିୟୁଜ ଓଡିଶା , ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ପରେ ଟେଲାପାଲି ଗ୍ରାମ ବାସୀଙ୍କ କ୍ଷତି ପୂରଣ ଦାବିରେ ଟାଇଆର ଜାଳି ରାସ୍ତା ଅବରୋଧ,ଫିରିଙ୍ଗିଆ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝା ସୁଝା ପରେ କ୍ଷତିପୂରଣ ବ୍ୟବସ୍ଥା ପ୍ରତିଶ୍ରୁତି ପରେ ୫ ଘଣ୍ଟା ପରେ ଅବରୋଧ ହଟିଲା, 

କନ୍ଧମାଳ:୧୨ /୦୧/୨୦୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ 


କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ  ଫିରିଙ୍ଗିଆ ଫୁଲବାଣୀ ମୁଖ୍ୟ ରାସ୍ତାର ଟେଲାପାଲି ଗାଁରେ ରାସ୍ତାରେ ଗୋପାଳ ରଣା ନାମକ ୫୯ ବର୍ଷୀୟ ବ୍ୟକ୍ତିକୁ ବାଇକ ଧକ୍କା ଦେବା ଫଳରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ଡ଼ିମିରିଗୁଡା ଗାଁର ବାଇକ ଚାଳକ ରୁଦ୍ର  ଦିଗାଲ ଏବଂ ଅନ୍ୟ ଜଣେ ଗଣେଶ ସାହୁ ମଧ୍ୟ ଆହତ ହୋଇଥଲେ l ଏହି ଘଟଣା ପରେ ଘଟଣା ସ୍ଥଳରୁ ଗୁରୁତର ଆହତ ଗୋପାଳ ରଣାକୁ ପ୍ରଥମେ ଫୁଲବାଣୀ ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରଯାଇଥିଲା l ବ୍ରହ୍ମପୁର ମେଡିକାଲ ଯିବା ବାଟରେହିଁ ଗୋପାଳ ରଣାର ମୃତ୍ୟୁ ଘଟିଥିଲା l ଏହି ଘଟଣାରେ ଆଜି ସକାଳୁ ରାଜ୍ୟ ରାଜପଥ ବାଲିଗୁଡା ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଟେଲାପାଲି ଠାରେ ଉତ୍ୟକ୍ତ ଶତାଧିକ ଅଞ୍ଚଳ ବାସୀ କ୍ଷତି ପୂରଣ ଦାବିରେ ଟାଇଆର ଜାଳି ରାସ୍ତା ଅବରୋଧ କରିବା ସହ ରାସ୍ତା ରୋକ କରିଥିଲେ l ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ ତଥାପି ରାସ୍ତା ଅବରୋଧ ହଟି ନଥିଲା ଦୀର୍ଘ ସକାଳ ୬ ଟାରୁ ୧0 ଟା ପର୍ଯ୍ୟନ୍ତ ଲୋକେ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ସହ ତୁରନ୍ତ କ୍ଷତି ପୂରଣ ସହ ପରିବାରର ଅସୁବିଧା ଦୃଷ୍ଟିରୁ ମେଡିକାଲ ରୁ ଶବ ଟେଲା ପାଲି ଗ୍ରାମକୁ ପହଞ୍ଚାଇବାକୁ ନିବେଦନ କରିଥିଲେ l ଅନ୍ୟ ପଟେ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ପରିବାର ଓ ଉତ୍ୟକ୍ତ ଲୋକଙ୍କୁ ଶବ ଗାଁକୁ ପହଞ୍ଚିବା ଖର୍ଚ୍ଚ ଓ ଓ କ୍ଷତି ପୂରଣ ବ୍ୟବସ୍ଥା କରିବା ପାଇଁ ସମ୍ପୂର୍ଣ ସହଯୋଗ କରିବା ପାଇଁ ପ୍ରତିଶୃତି ଦେବା ପରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ ରୁ ହଟିଥିଲେ l ତେବେ ସେହି ଦିନ ହିଁ ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ବନ୍ଦୁଲି ରାସ୍ତା ରେ ୩ ଜଣ ବାଇକରେ ୨ ଭାଇ ବାଲୁ କହଁର,ରତି କହଁର ଓ ଶ୍ରୀଗୁଣୀ ର ଜରିନ୍ଦ୍ର କହଁର ଗୋଚ୍ଛାପଡା ଯାଉଥିବା ବେଳେ ବନ୍ଦୁଲି ଗାଁ ଶ୍ରୀଗୁଣୀ ଦୋକାନକୁ ସିମେଣ୍ଟ ବୋଝେଇ ଟ୍ରକ ଗୋଚ୍ଛାପଡା ରୁ ଶ୍ରୀଗୁଣୀ ଦୋକାନ ଯାଉଥିବା ବେଳେ ବନ୍ଦୁଲି ନିକଟରେ ଟ୍ରକ ନିଜେ ଧକ୍କା ଦେଇଥିଲେ ଏହି ଧକାରେ ୩ ଜଣକର ଡାହାଣ ଗୋଡ଼ ଭାଙ୍ଗିଥିଲା ସେହିଭଳି ନୁଆଁପଡା ବାଙ୍କରେ ମଧ୍ୟ ଗୋଟିଏ ଅଟୋ ଓଲଟି ଯିବା ଫଳରେ ଅଟୋ ଡ୍ରାଇଭର ଆହତ ହୋଇଥିଲେ l ଫିରିଙ୍ଗିଆ ବ୍ଲକ ରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟିଥିବା ବେଳେ ପୋଲିସ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିଛି ଯାହାକୁ ନେଇଁ ଫିରିଙ୍ଗିଆ ବ୍ଲକ ରେ ଅସନ୍ତୋଷ ଦେଖା ଦେଇଛି l ଆଗାମୀ ଦିନରେ ପ୍ରଶାସନ ତରଫରୁ କୌଣସି ସମାଧାନ ରାସ୍ତା କିମ୍ବା ସହାୟତା ଦିଆ ନଗଲେ ପୁଣି ଥରେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି l ଟେଲା ପାଲି ଦୁର୍ଘଟଣା ରେ ମୃତକ ଙ୍କ ପୁଅ ବାବୁଲା ରଣା ଫିରିଙ୍ଗିଆ ଥାନାରେ  ଲିଖିତ ଅଭିଯୋଗ ପରେ ଫିରିଙ୍ଗିଆ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି ଶବ ବ୍ୟବଛେଦ ପରେ ଗାଁରେ ଶବ ପହଞ୍ଚିଛି ଓ ଗାଁ ସ୍ମଶାନ ରେ ଶବ ଦାହ କରାଯାଇଛି l ଏହି ଘଟଣାରେ ଅଧିକ ତଦନ୍ତ ଚାଲୁରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି l

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ

Post a Comment

Previous Post Next Post