ଉତ୍କଳ ସାମ୍ବାଦିକ ସଂଘର ବନ୍ଧୁ ମିଳନ ସହ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ।

 


ମାଲକାନଗିରି ତା ୧୨/୦୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ)ଆଜି ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର କୋରୁକୋଣ୍ଡା ବ୍ଲକ ସଖା ପକ୍ଷରୁ ସୋରୁଲୁକୋଣ୍ଡା ପାର୍କ ପରିସରରେ  ବନ୍ଧୁ ମିଳନ ସହ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ବୈଠକରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦୁର୍ଯୋଧନ ପାତ୍ର ସଭାପତିତ୍ଵ କରିଥିବା ବେଳେ କାର୍ଯ୍ୟକ୍ରମକୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର ପରିଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ଶ୍ରୀନିବାସ ପାତ୍ର, ଉପଦେଷ୍ଟା ସିମାଞ୍ଚଳ ପାଣିଗ୍ରାହୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବଦତ୍ତ ସାହୁଙ୍କ ସମେତ କୋରୁକୋଣ୍ଡା ବ୍ଲକ ଶାଖା ଓ ବିଭିନ୍ନ ବ୍ଲକ ଶାଖାର ସାମ୍ବାଦିକ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲା ସଂଘ ର୍ନିର୍ବାଚନକୁ ନେଇ ଆଲୋଚନା କରଯାଇଥିଲା। ସର୍ବ ସମ୍ମତି କ୍ରମେ ଆସନ୍ତା ୩୧ ଜାନୁୟାରୀରେ ଏହି ନିର୍ବାଚନ କରିବାକୁ ତାରିଖ ଧାର୍ଯ୍ୟ କରଯାଇଥିବା ବେଳେ ଏହି ନିର୍ବାଚନ କାର୍ଯ୍ୟ ତଦାରଖ ପାଇଁ ନିର୍ବାଚନ ଅଧିକାରୀ ଭାବେ ଦୁର୍ଯୋଧନ ପାତ୍ର ଓ ବିଦେଶୀ ଗୌଡ଼ ଦାଇତ୍ଵ ନିର୍ବାହ କରିବା ପାଇଁ ନିଷ୍ପତ୍ତି ନିଆଗଲା। ସେହିପରି ଏହି ବୈଠକରେ କୋରୁକୋଣ୍ଡା ବ୍ଲକ ଶାଖାର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସର୍ବ ସମ୍ମତି କ୍ରମେ କୋରୁକୋଣ୍ଡା ବ୍ଲକ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଶିବଦତ୍ତ ସାହୁ ଓ ସମ୍ପାଦକ ଭାବେ ପ୍ରଦୀପ କୁମାର ମହାରଣାଙ୍କୁ ଚୟନ କରଯାଇଥିଲା। ତେବେ ଏହି ଅବସରରେ କୋରୁକୋଣ୍ଡା ବ୍ଲକ ଶାଖାର ନୂତନ କାର୍ଯ୍ୟଳୟ ଗୃହ ସ୍ଥାପନ ନିମନ୍ତେ ମଧ୍ୟ ଆଲୋଚନା କରଯାଇଥିଲା। ପୂର୍ବରୁ କୋରୁକୋଣ୍ଡା ବ୍ଲକ ସଦରରେ ଉତ୍କଳ ସାମ୍ବାଦିକ ସଂଘର ଏକ ବ୍ଲକ ସ୍ତରୀୟ କାର୍ଯ୍ୟଳୟ ରହିଥିବା ବେଳେ ବ୍ଲକ ଅଧୀନରେ ଥିବା ବାଲିମେଳା ଏନଏସିରେ ନୂତନ କାର୍ଯ୍ୟଳୟ ଓ ବ୍ଲକ ସଦରରେ ସଂଘର ନିଜସ୍ଵ ଗୃହ ନିର୍ମାଣ ନିମନ୍ତେ ଆଲୋଚନା କରଯାଇଥିଲା। ଏହି ଅବସରରେ ସଂଘରେ ନୂତନ ଭାବେ ଯୋଗ ଦେଇଥିବା ୨ ଜଣ ସଦସ୍ୟ ଗୌରି ଶଙ୍କର ପଣ୍ଡା ଏବଂ ମନୋଜ କୁମାର ସାହାଙ୍କୁ ଉତ୍ତରୀୟ ଦେଇ ସ୍ଵାଗତ କରାଯାଇଥିଲା। ପରେ ପରେ ସମସ୍ତ ସଦସ୍ୟଙ୍କ ନିମନ୍ତେ ମଧ୍ୟାନ୍ନ ଭୋଜନର ବ୍ୟବସ୍ତା କରଯାଇଥିଲା।

Post a Comment

Previous Post Next Post