ମାଲକାନଗିରି ତା ୧୨/୦୧ ମୋ ନ୍ୟୁଜ ଓଡ଼ିଶା (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲାର ନିଖିଳ ଉତ୍କଳ ଖଡୁରା ସମାଜର ଜିଲ୍ଲାସ୍ତରୀୟ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ସ୍ଥାନୀୟ ମଲିକେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ
ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଚିତ୍ରସେନ ସୁବୁଦ୍ଧି ସଭାପତିତ୍ୱ କରିଥିଲେ। ନବରଙ୍ଗପୁର ଜିଲ୍ଲା ସଂଯୋଜକ
ଅଜୟ ନାୟକ, ଜିଲ୍ଲା ସଭାପତି ପ୍ରମୋଦ ସାହୁ, ଉମରକୋଟ ବ୍ଲକ ସଭାପତି ସୁରେନ୍ଦ୍ର ନାୟକ, ସିମିଳିଗୁଡା ସଭାପତି ସୁବ୍ରତ କୁମାର ନାୟକ ଯୋଗଦେଇ ଖଡୁରା ସମାଜର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା
କରିଥିଲେ। ବିଶେଷକରି ପୂର୍ବକାଳରୁ ଏହି ସମାଜ କଂସା, ପିତ୍ତଳ, ବିଭିନ୍ନ ଧାତୁର ଗୃହ
ଉପକରଣ ସାମଗ୍ରୀ, ଖାଦ୍ୟ, ପାନୀ ବ୍ୟବହାରର ପାତ୍ର ତିଆରି କରି ସେମାନଙ୍କ ଗୁଜୁରାଣ ମେଣ୍ଟାଉଥିଲେ । ହେଳେ
ଆଧୁନିକ ଯୁଗରେ ଷ୍ଟିଲ୍ ଏବଂ ପ୍ଲାଷ୍ଟିକ ସାମଗ୍ରୀ ବହୁଳ ପରିମାଣରେ ବ୍ୟବହାର ଯୋଗୁଁ ଖଡୁରା ସମାଜର କୌଳିକ ବୃତ୍ତି ଲୋପ ପାଇବାରେ ଲାଗିଛି । ଏହି ସମାଜର ଭବିଷ୍ୟତ ପାଇଁ ରାଜ୍ୟ ସରକାର ଦୃଷ୍ଟି ଦେଇ
ବିଭିନ୍ନ ଦେବାଦେବୀଙ୍କ ଦେବାଳୟରେ ବ୍ୟବହୃତ କଂସା, ପିତ୍ତଳ ଇତ୍ୟାଦି ସମାଗ୍ରୀ ନିର୍ମାଣ କରିବା ପାଇଁ ଆର୍ଥିକ ସାହାଯ୍ୟ
ସହ ଖତୁରାଙ୍କ କୌଳିକ ବୃଦ୍ଧି ପୂର୍ବ ପରି କିପରି ଜୀବିତ ରହିବ ସେଥୂପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ
ଦାବି କରାଯାଇଥିଲା। ଏଥିସହ ସମାଜର ବିଭିନ୍ନ ନିୟମ କାନୁନ ସମ୍ବନ୍ଧରେ ଅତଥିମାନେ ଉପସ୍ଥିତ ସଦସ୍ୟଙ୍କୁ ଅବଗତ କରାଇଥିଲେ। ପରେ ମାଲାକନଗିରି ଜିଲ୍ଲା ଖଡୁରା ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତି କ୍ରମେ ସୁରେନ୍ଦ୍ର ନାୟକ ସଭାପତି, ସୁଶାନ୍ତ ନାୟକ ଉପସଭାପତି, ସିଦ୍ଧେଶ୍ଵର ନାୟକ ସମ୍ପାଦକ, କୁନା ନାୟକ ସହ ସମ୍ପାଦକ, ସତ୍ୟନାରୟ ନାରୟଣ ସେନାପତି କୋଷାଧ୍ୟକ୍ଷ, ରବୀନ୍ଦ୍ର ନାୟକ ମିଡିଆ ସମ୍ପାଦକ, ୧୪ ଜଣ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ଶେଷରେ ଖଡୁରା ସମାଜର ନବନିର୍ମିତ କର୍ମକର୍ତ୍ତାଙ୍କୁ ମଲ୍ଲିକେଶ୍ବର ମନ୍ଦିର ପ୍ରାଙ୍ଗଣରେ ଶପଥପାଠ କରାଯାଇଥିଲା।


