ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ମଧୁବାବୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟକ ଉପସ୍ଥିତରେ ୨୮ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ପୁରୁଷୋତ୍ତମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ୨ ନଂ ୱାର୍ଡର କାଉନସିଲରଙ୍କ ମନମୁଖୀ ରେ ଗୋଷ୍ଠୀ ସଙ୍ଗଠିକାଙ୍କ ଉପରେ ଦବାବ କରି ବାର୍ଦ୍ଧକ୍ୟ ଭତ୍ତା ଚୟନ ପ୍ରକିୟାକୁ ବିରୋଧ କଲେ ୨ କଣ କାଉନସିଲର '' ପ୍ରକାଶ ଥାଉକି ପୂର୍ବରୁ ଭତ୍ତା ପାଉଥିବା ହିତାଧିକାରୀଙ୍କର ମୃତ୍ୟୁ ପରେ ଖାଲି ପଡିଥିବାରୁ ସ୍ଥାନକୁ ପୂରଣ କରିବା ସକାଶେ ପୂର୍ବରୁ ଥିବା ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ଦ୍ୱାରା ଯୋଗ୍ୟତା ଆଧାରରେ ଖାଲି ଥିବା 41 ଜଣ ହିତାଧିକାରୀଙ୍କୁ ଏନଏସି ଗୋଷ୍ଠୀ ସଂଗଠିକା ଜରିଆରେ ଚୟନ କରାଯାଇଥିବା ବେଳେ କୌଣସି କାରଣରୁ ଉକ୍ତ ଲିଷ୍ଟ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ପଠାଯାଇ ପାରିନଥିଲା l ପରବର୍ତୀ ସମୟରେ ଏନଏସି ଅଧ୍ୟକ୍ଷାଙ୍କ ଅନାସ୍ଥା ପରେ ନୂଆଁ ଅଧକ୍ଷ ଭାବେ 13/11/24/ଦାୟିତ୍ୱ ନେବା ପରେ ଅଧକ୍ଷ ଏନଏସି ନଆସି ଅନ୍ୟ ଏକ ନିଜ ସହଯୋଗୀ ୱାର୍ଡ 02 କାଉନସିଲର ଏନଏସିର ଗୋଷ୍ଠୀ ସଙ୍ଗଠିକାଙ୍କ ପାଖରେ ବସି ସେହି 41ଜଣ ଚୟନ ହୋଉଥିବା ହିତାଧିକାରୀଙ୍କ ମଧ୍ୟରୁ ଅନେକକୁ ବାଦ ଦେଇ ନୂଆଁ ନିଜର ସମ୍ପର୍କୀୟ ସହିତ ଧନୀ ଶ୍ରେଣୀ ବ୍ୟକ୍ତିକୁ ଚୟନ କରିବା ପାଇଁ ମନମୁଖୀ କରି ଗୋଷ୍ଠୀ ସଂଗଠିକାଙ୍କ ଉପରେ ଦବାବ କରି ଉକ୍ତ ଲିଷ୍ଟକୁ '' ଛତ୍ରପୁର ଉପଜିଲ୍ଲାପାଳ ନିକଟକୁ ପତ୍ର ନଂ-2239-ତା-14/11/24 ମଧୁବାବୁ ଭତ୍ତାକୁ ସାଂକ୍ସନ କରିବାକୁ ପଠାଇ ଥିଲେ l କିନ୍ତୁ 25 ଦିନ ମଧ୍ୟରେ ଉପଜିଲ୍ଲାପାଳ ପତ୍ର ନଂ 10208 ଗତ 11/12/24 ରେ 41 ମଧ୍ୟରୁ 28 ଜଣଙ୍କୁ ଉପ ଜିଲ୍ଲାପାଳଙ୍କ ଦ୍ୱାରା ସାଂକ୍ସନ କରାଯାଇ ପୁରୁଷୋତ୍ତମପୁର ଏନଏସି କାର୍ଯ୍ୟାଳୟକୁ ପଠାଇଥିଲେ l କିନ୍ତୁ ୨ କାଉନସିଲର ଅଭିଯୋଗ କରିଥିଲେ କି ତାଙ୍କ ୱାର୍ଡରୁ ଜଣେ ଜଣେ ଚୟନ କରିଥିବା ବେଳେ ଆଉ 12 ଟି ୱାର୍ଡରେ 4 ଜଣରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଚୟନ କରି ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ପଠାଇଥିଲେ l ଶୁକ୍ରବାର ଦିନ ଏନଏସି ବୈଠକ ଗୃହ ଠାରେ ଅନୁଷ୍ଠିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ 4 ନଂ କାଉନସିଲର ଅଶୋକ କୁମାର ମହାଙ୍କୁଡ ଓ ୬ ନଂ କାଉନସିଲର ସୁଦଷ୍ଣା ବେହେରା ଉଭୟଙ୍କ ୱାର୍ଡରେ ଜଣେ ଜଣେ ଲେଖାଏ ହିତାଧିକାରୀଙ୍କୁ ଚୟନ କରି ଛତ୍ରପୁର ଉପଜିଲ୍ଲାପାଳଙ୍କ ନିଟକକୁ ସାଂକ୍ସନ ପାଇଁ ପଠା ଯାଇଥିବାରୁ ବିଧାୟକଙ୍କ ଉପସ୍ଥିତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅଧକ୍ଷଙ୍କୁ ପ୍ରଶ୍ନ ପଚାରି ପାଟି ତୁଣ୍ଡ କରୁଥିବା କାରଣରୁ କିଛି ସମୟ ପାଇଁ ଅସାନ୍ତ ବାତାବରଣ ସୃଷ୍ଟି ହୋଇଥିଲା l ଏହା ପରେ ବିଧାୟକ ହସ୍ତକ୍ଷେପ କରି ପରବର୍ତୀ ସମୟରେ ସମସ୍ତ ୱାର୍ଡ ପାଇଁ ସମାନ ଭାବେ ହିତାଧିକାରୀଙ୍କୁ ଚୟନ କରାଯାଇ ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବା ପାଇଁ ବିଧାୟକ " କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅଧକ୍ଷ ସମତେ ପ୍ରତିଶୃତି ଦେଇଥିଲେ l ତାପରେ ଶାନ୍ତ ପରିବେଶ ଫେରିବାରୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଥିଲା l କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା, ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ମଞ୍ଚାସିନ ଥିଲେ l ଏହା ସହିତ ସମସ୍ତ କାଉନସିଲର ଉପସ୍ଥିତ ରହି ସହଯୋଗ କରିଥିବା ବେକେ ଗୋଷ୍ଠୀ ସଂଗଠିକା ରଞ୍ଜିତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l

Post a Comment

Previous Post Next Post