କନ୍ଧମାଳ ମୋ ନିୟୁଜ ଓଡିଶା :୨୨/୦୧/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଛତିଝାର ଗ୍ରାମର କଳାକାର ସ୍ବର୍ଗତ ନିତ୍ୟା ନନ୍ଦ ନାୟକ ଙ୍କ ଶୋକାକୁଳ ପରିବାରକୁ କଳାକାର ମହାସଂଘ ତରଫରୁ ସମବେଦନା ଜଣାଇବା ସହିତ ସହାୟତା ଯୋଗାଇଥିବା ଜଣାପଡିଛି ସୂଚନା ପ୍ରକାରେ ସ୍ବର୍ଗତ ନିତ୍ୟାନନ୍ଦ ଜଣେ ଦିନମଜୁରିଆ ଚାଷୀସହିତ ସଂକ୍ରିତନ କଳାକାର ଭାବରେ ପରିଚିତ ଥିଲେ। ସେ ଅନେକ ଦୁଃଖ କଷ୍ଟ ସହି ନିଜ ପରିବାରକୁ ପ୍ରତିପାଷାଣ କରୁଥିଲେ ତାଙ୍କର ସନ୍ତାନ ନ ଥିବା ହେତୁ ଘରେ କେବଳ ଦୁହେଁ ସ୍ୱାମୀ ଓ ସ୍ତ୍ରୀ ଦୁଃଖ କଷ୍ଟରେ ଜୀବନ ଯାପନ କରୁଥିଲେ l ଇତି ମଧ୍ୟରେ ନିଜ ପାରଲିସି ରୋଗରେ ପୀଡିତା ପତ୍ନୀ ଙ୍କୁ ଏକୁଟିଆ ଛାଡି ହଟାତ ଆରପାରିଜୁ ଚାଲିଗଲେ ଆଜି ତାଙ୍କର ଶୋକ କାର୍ଯ୍ୟକ୍ରମ ରେ ଯୋଗଦେଇ ଦୁଖଃଦ ଶୋକାକୁଳ ପରିବାର ତଥା ଧର୍ମପତ୍ନୀ ଙ୍କୁ କଳାକାର ମହାସଂଘ, କନ୍ଧମାଳ ଜିଲ୍ଲା ଟିକାବାଲି ଶାଖା କର୍ମୀ କ୍ରିଷ୍ଣା ଚନ୍ଦ୍ର ଡିଗାଲ,ସୁଜତା ମଲିକ, ମିନାଖୀ ମଲିକ, ବୀରେନ୍ଦ୍ର କହଁର, ସବିତା ପ୍ରଧାନ, ବାମିନି କହଁର, କାଁହୁ ଚରଣ ମଲିକ, ନରେଶ ନାୟକ,ପ୍ରମୁଖ କଳାକାର ବୃବ୍ଦ ଧୋର୍ଯ୍ୟ ର ସହିତ ପରିସ୍ଥିତି ମୁକାବିଲା କରିବାକୁ ସମବେଦନା ଜଣେଇବା ପୂର୍ବକ ସାହସିକତା ବାର୍ତା ପ୍ରଦାନ କରିଥିଲେ ଏବଂ ସବୁ ସମସ୍ୟାର ସମାଧାନ ପାଇଁ ସାହାଯ୍ୟ ସହଯୋଗ କରିବାକୁ ମତ ପ୍ରକାଶ କରିଥିଲେ। ଏହିପରି ଅନେକ ଅସହାୟ କଳାକାର ପରିବାର ପ୍ରତି ମହାସଂଘ ର ସାହାଯ୍ୟ ଓ ସହଯୋଗ ମନୋଭାବ କୁ ଅଞ୍ଚଳ ବାସି ଉଚ୍ଚ ପ୍ରଶଂସା କରିଛନ୍ତି।


