ଜି.ଉଦୟଗିରି ଏନଏସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗ ଦେଲେ

କନ୍ଧମାଳ ମୋ ନିୟୁଜ ଓଡିଶା :୨୨/୦୧/୨୦୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ 

କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଢ଼ଙ୍ଗୀ ଙ୍କ ଅନ୍ୟତ୍ର ବଦଳି ହେବା ପରେ ତାଙ୍କ ସ୍ଥାନରେ ବୁଧବାର ଦିନ ୧:୫୦ ମିନିଟ୍ ସମୟରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଆଶୁତୋଷ ଗୌରବ କର (ଓପ୍ରାସେ) ଯୋଗଦାନ ଦେଇଛନ୍ତି। ଶ୍ରୀ କର କାର୍ଯ୍ୟାଳୟରେ ପହଁଞ୍ଚିବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ପୂର୍ବ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଢ଼ଙ୍ଗୀ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ । ଶ୍ରୀ କର ପୂର୍ବରୁ କେନ୍ଦ୍ରାପଡା ମୁନିସିପାଲିଟି, କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୪୫ ବର୍ଷ ପୁରୁଣା ପରିଷଦ କାର୍ଯ୍ୟାଳୟରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜଣେ ଓଏଏସ ଅଧିକାରୀ ଙ୍କ ଯୋଗଦାନ ପରେ ପରିଷଦ ଅଞ୍ଚଳର ବିକାଶ ତ୍ୱରାନ୍ୱିତ ହେବା ନେଇ ସହରର ଚା ଖଟି ରେ ଆଲୋଚନା ହେବା ସହ ଆଶା ବାନ୍ଧିଛନ୍ତି ଅଞ୍ଚଳବାସି। ପରିଷଦ ଅଞ୍ଚଳରେ କୌଣସି ପରିସ୍ଥିତିରେ ମଧ୍ୟ ବିକାଶ ବାଧାପ୍ରାପ୍ତ ହେବ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ  କର।

Post a Comment

Previous Post Next Post