କନ୍ଧମାଳ ମୋ ନିୟୁଜ ଓଡିଶା :୨୩/୦୧/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
କନ୍ଧମାଳ ଜିଲ୍ଲାର କୁଇ ସମାଜ ସେବା ସମିତି ଫୁଲବାଣୀ ଅଧିନରେ ପରିଚାଳିତ ହେଉ ଥିବା ଦଳପଡା ଓ ଆର୍ ନୂଆଁ ଗାଁ ପଞ୍ଚାୟତ କୁ ନେଇ ଗଠିତ କୁଇ ସମାଜ ସେବା ସମିତି ବେଙ୍ଗ୍ରିକିଆ ଶାଖାର ଆଜି ୨୦୨୫ ବାର୍ଷିକ ଅଧିବେଶନ ପାଇଁ ଖଜୁରୀପଡା ବ୍ଲକ ଦଳପଡା ପଞ୍ଚାୟତ ଅନ୍ତର୍ଗତ ନଗଲେଜୁ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ ବେଙ୍ଗ୍ରିକିଆ ଶାଖା କୁଇ ସମାଜ ସେବା ସମିତିର ଦଳପଡା ପଞ୍ଚାୟତ ନଗଲଜୁ ଗ୍ରାମରେ ଶାଖାର ବାର୍ଷିକ ଅଧିବେଶନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ତଦ୍ ସହିତ ଶାଖାର କିପରି ସଂଗଠନ ମଜଭୁତ ହେବ ଏବଂ ଏଥିରେ ମହିଳା ମାନେ ମଧ୍ୟ ସଂଯୋଗ ହେବେ ସେଥିପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା । ଉକ୍ତ ବୈଠକରେ ସଭାପତି ଶ୍ରୀ ଗୈାତମ ପ୍ରଧାନ, ସମ୍ପାଦକ ଲଳିତ କୁମାର ମଳିକ, ଉପସଭାପତି ଅର୍ଜୁନ ମଲିକ, କୋଷାଧ୍ୟକ୍ଷ ବଳରାମ ମଳିକ, କୁଇ ସମାଜ ଯୁବପରିଷଦ କନ୍ଧମାଳ ସମ୍ପାଦକ ଶ୍ରୀ ଅଚ୍ୟୁତ ଯାନୀ, କେନ୍ଦ୍ର କୁଇ ସମାଜ ସେବା ସମିତି କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର ସମେତ ଶାଖାର ଗ୍ରାମ୍ୟ କମିଟିର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।