ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଗଜପତି ଶାଖା ତରଫରୁ କର୍ତ୍ତବ୍ୟ ବୋଧ ଦିବସ ପାଳନ

 


ଆର,ଉଦୟଗିରି ମୋ ନ୍ୟୁଜ ଓଡ଼ଶା (ମନୋଜ କୁମାର ପାଢୀ) ତା 23/01/2025 ରିଖ ଗୁରୁବାର ଅପରାହ୍ନ 2 ଘଣ୍ଟା ସମୟରେ ଆର, ଉଦୟଗିରି ବ୍ଲକର କାର୍ତ୍ତିକ ଗମାଙ୍ଗ ଉଚ୍ଚବିଦ୍ୟାଳୟ ମହେନ୍ଦ୍ରଗଡ଼ ଠାରେ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର କର୍ତ୍ତବ୍ୟ ବୋଧ ଦିବସ ପାଳିତ ହୋଇଯାଇଛି ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାନ୍ତ ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ବାଜୁବନ୍ଧ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଚନ୍ଦ୍ରଗିରି କଲ୍ୟାଣ ବିଭାଗ ବାଳିକା ବିଦ୍ୟାଳୟର ସଂସ୍କୃତ ତଥା ସାରସ୍ୱତ ସାଧକ ଶ୍ରୀ ଲଳିତ ମୋହନ ମିଶ୍ର ମୁଖ୍ୟ ବକ୍ତା ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ସନାତନ ନାୟକ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଆଦିକନ୍ଦ ନାୟକ,ଅବସରପ୍ରାପ୍ତ ବନପାଳ ଶ୍ରୀ ତ୍ରିନାଥ ବିଷୋୟୀରତ୍ନ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମରେ ପ୍ରାୟ ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରାୟ 50 ଜଣ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ | ଶିକ୍ଷକ ଓ ସାଧାରଣ ଲୋକ ମାନେ ନିଜ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କଲେ ରାଷ୍ଟ୍ର ନିର୍ମାଣ ହୋଇ ପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ | ଜିଲ୍ଲାର ସାତୋଟି ବ୍ଲକରୁ ପ୍ରାଥମିକ ଓ ମାଧ୍ୟମିକ ବର୍ଗରୁ ଦୁଇ ଜଣ ଲେଖାଏଁ ଶିକ୍ଷକ ମାନଙ୍କୁ ସଂଗଠନର ସୁପରିଚାଳନା ପାଇଁ ଚୟନ କରାଯାଇଥିଲା | ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ସଭାପତି ଆସନ ଅଳଙ୍କୃତ କରିଥିବା ବେଳେ ରାଜ୍ୟ ପୁରସ୍କୃତ ଶିକ୍ଷକ ତଥା ରାଜ୍ୟ  କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁବାସ ଚନ୍ଦ୍ର ସାହୁ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ |

Post a Comment

Previous Post Next Post