ପାତ୍ରପୁର ବ୍ଲକରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଅନୁଷ୍ଠିତ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ପାତ୍ରପୁର :ମୋ ନିୟୁଜ ଓଡିଶା ପାତ୍ରପୁର ବ୍ଲକ ପରିସରରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ବ୍ଲକ ଉନ୍ନୟନ ଅଧିକାରୀ ଦାୟିତ୍ଵରେ ଥିବା ପାତ୍ରପୁର ତହସିଲଦାର ଅଶୋକ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ୮୦ ବର୍ଷରୁ ଅଧିକ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ଭତ୍ତା ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପାତ୍ରପୁର ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଏ.ମୋହନ ରାଓ,ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ,ସିଡିପିଓ ନମିତା ପଣ୍ଡା ପ୍ରମୁଖ  ମଞ୍ଚାସୀନ ଥିଲେ। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ତରଫରୁ ଆୟୋଜିତ ଏହି ବର୍ଦ୍ଧିତ ଭତ୍ତା ବିତରଣ ସମାରୋହରେ ପାତ୍ରପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ନେହାସିସ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଦୀନବନ୍ଧୁ ପ୍ରଧାନ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ରେ ବ୍ଲକର ବହୁ ସରପଞ୍ଚ,ସମିତିସଭ୍ୟଙ୍କ ସହ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

Post a Comment

Previous Post Next Post