କନ୍ଧମାଳ ମୋ ନିୟୁଜ ଓଡିଶା :୧୬/୦୧/୨୫,
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
ଫଲବାଣୀ, ବର୍ତମାନ ସମୟରେ ସାମାଜିକ ଜୀବନରେ ପରିବର୍ତନ ଦେଖାଯାଉଥିବାରୁ ପାରିବାରିକ ସଂପର୍କ ଓ ଯୈ÷ାନ ଜୀବନ ଉପରେ ଏହାର ବିଶେଷ ପ୍ରଭାବ ପରିଲକ୍ଷିତ ହେଉଛି । ପରିବାର ଠାରୁ ଦୂରରେ ରହି କାର୍ଯ୍ୟକରିବା, ବିଶୃଙ୍ଖଳିତ ଯୈ÷ାନ ଜୀବନ ଓ ସଂପର୍କ ଯୋଗୁଁ ଏବଂ ଅଶୋଧିତ ରକ୍ତଗ୍ରହଣ ଆଦି ଯୋଗୁଁ ଏଡ୍ସ ପରି ମହାମାରୀ ଓ ବିଭିନ୍ନ ଯୈ÷ାନରୋଗ ବ୍ୟାପିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରି ଏକ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ବ୍ୟାପକ ସଚେତନତା ଓ ସଂଜମୀ ଜୀବନର ଆବଶ୍ୟକ ରହିଛି । ସନେ୍ଦହରେ ରହୁଥିବା ସଂକ୍ରମିତ ବ୍ୟକ୍ତିମାନେ ଏହାକୁ ଗୋପନ ନରଖି ନୀୟମିତ ଡାକ୍ତରୀ ପରାମର୍ଶ ଓ ଔଷଧ ସେବନ କଲେ ସାଧାରଣ ଜୀବନ ବଂଚିପାରିବେ ବୋଲି ସ୍ୱାତୀର ବାର୍ଷିକ ବନ୍ଧୁ ମିଳନରେ ଉପସ୍ଥିତ ବୁଦ୍ଧିଜୀବିମାନେ ମତ ଦେଇଛନ୍ତି ।
ଗତ ୧୫ ତାରିଖରେ ସ୍ୱାତୀ ଅନୁଷ୍ଠାନର ଲକ୍ଷ୍ୟଭେଦୀ ପ୍ରକଳ୍ପ ଓ ସ୍ୱାସ୍ଥ୍ୟ ପ୍ରକଳ୍ପ ତରଫରୁ ଆୟୋଜିତ ବାର୍ଷିକ ବନ୍ଧୁମିଳନ ଫୁଲବାଣୀ ନିକଟସ୍ଥ ତୁଡିପାଜୁର ପ୍ରାକୃତିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ସହ ସଡକ ସୁରକ୍ଷା ଓ ସଚେତନତା ସଂପର୍କରେ ଆଲୋଚନା ହୋଇଥିଲା । ଏହି ଶିବିରରେ ଜିଲ୍ଲା ପରିବହନ ଅଧିକାରୀ ଶିଶିର କୁମାର ସାହୁ, ବରିଷ୍ଠ ଆଇନଜିବୀ ବିଜୟକୃଷ୍ଣ ପଟ୍ଟନାୟକ, ଗୁଞ୍ଜ ର ରାଜ୍ୟ ସଂଯୋଜକ ସୁରେଶ କୁମାର, ଜିଲ୍ଲା ଶିଶୁ ଅଧିକାରୀ ରଶ୍ମିତା କରଣ, ଜିଲ୍ଲା ଶିଶୁ ମଙ୍ଗଳ ସଦସ୍ୟା ମମତା ଦାସ, ଜିଲ୍ଲା ସ୍ୱାସ୍ଥ୍ୟ ରୁ ଦେବାସିଶ ମିଶ୍ର, ଗୋବିନ୍ଦ ଚନ୍ଦ୍ର ଜେନା, ମାଳତୀ ବେହେରା , ଗଣମାଧ୍ୟମ ପ୍ରତିନିଧୀ ପ୍ରଶାନ୍ତ ବେହେରା, ଅଶୋକ ମହାନ୍ତି, ଅଜିତ ମହାରଣା, ଜୟସେନ ପରିଡା, ବ୍ରଜ ନନ୍ଦ ଙ୍କ ସହିତ ବହୁ ବୁଦ୍ଧିଜିବି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ସ୍ୱାତୀ ର ଅଧକ୍ଷ ପ୍ରଶାନ୍ତ ଶତପଥି ,ସଂପାଦକ ଇଂ ହରିଶଙ୍କର ରାଉତ ଓ ଶାନ୍ତନୁ ମିଶ୍ର ଙ୍କ ଅଧକ୍ଷତା ରେ ପରିଚାଳନା କରାଯାଇଥିଲା । ବିଶ୍ୱରଞ୍ଜନ କର, ଆଲୋକ ସାମନ୍ତରାଏ,ପ୍ରଭାତ ଦାସ, ଶଶ୍ମିତା ବେହେରା ପରିଚାଳନା ରେ ସହଯୋଗ କରିଥିଲେ ।
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଉ


