ସାନଖେମୁଣ୍ଡି ନିବରଚନା ମଣ୍ଡଳୀ ଭାରତୀୟ ଜନତା ପାର୍ଟିର ନବ ନିର୍ବାଚିତ ମଣ୍ଡଳ ସଭାପତି ଓ ମଣ୍ଡଳ ପ୍ରତିନିଧିଙ୍କୁ ସ୍ୱାଗତ ସମ୍ବର୍ଧନା |*

 


     ମୋ ନିୟୁଜୁ ଓଡିଶା ହିଞ୍ଜିଳିକାଟୁ ୨୦/୦୧/୨୦୨୫ ସୋମବାର - ଆଜି ଭାରତୟ ଜନତା ପାର୍ଟିର ରାଜ୍ୟ ନିର୍ବାଚନୀ ଅଧିକାରୀ ମାନ୍ୟବର ଶ୍ରୀ ପ୍ରତାପ ଷଢଙ୍ଗିଙ୍କ ଦ୍ୱାରା ତା -୧୮/୦୧/୨୦୨୫ ରିଖ ଦିନ ପତ୍ର ସଂଖ୍ୟା BJPOL-୧୦୯/୨୫ ଜରିଆରେ ସାରା ଓଡ଼ିଶାରେ ମଣ୍ଡଳ ସଭାପତି ଓ ମଣ୍ଡଳ ପ୍ରତିନିଧି ଚୟନ କାର୍ଯ୍ୟକ୍ରମର ପୁର୍ଣ ଛେଦ ପଡିଯାଇଛି | ଉକ୍ତ ନିର୍ବାଚନୀ ପ୍ରକ୍ରିୟାରେ ଯେଉଁ  ସାନଖେମୁଣ୍ଡି  ନିର୍ବାଚନ ମଣ୍ଡଳର ନବନିର୍ବାଚିତ ୭ଟି ମଣ୍ଡଳର ଯୁବ ମଣ୍ଡଳ ସଭାପତି ଓ ମଣ୍ଡଳ ପ୍ରତିନିଧି ନିର୍ଵିଚିତ ହୋଇଛନ୍ତି, ସେମାନଙ୍କୁ ହିଞ୍ଜିଳିକାଟୁ ନିକଟସ୍ଥ ମା ସାମଲେଇ ପୀଠରେ ସାନଖେମୁଣ୍ଡି ବିଧାୟକ ପାର୍ଥି ମାନ୍ୟବର ଇଂ.ଉତ୍ତମ କୁମାର ପାଣିଗ୍ରାହୀ ସମସ୍ତଙ୍କୁ ତ୍ତରୀୟ ଦେଇ ସ୍ୱାଗତ କରିବା ସହ ମାଙ୍କ ଦର୍ଶନ କରାଇ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଦେଖିବାକୁ ମିଳିଛି | ଉକ୍ତ ନିର୍ବାଚିତ ବ୍ୟକ୍ତି ମାନେ ହେଲେ ୧- ମାଣିକ୍ୟପୁର ମଣ୍ଡଳ ସଭାପତି ଶ୍ରୀ ଟୁକୁନା ନାୟକ ଓ ମଣ୍ଡଳ ପ୍ରତିନିଧି ଶ୍ରୀ ଶଙ୍କର ପାଣିଗ୍ରାହୀ, ୨- ଧରାକୋଟ ମଣ୍ଡଳ ସଭାପତି ଶ୍ରୀ ପ୍ରଭାକର ପ୍ରଧାନ ଓ ମଣ୍ଡଳ ପ୍ରତିନିଧି ଶ୍ରୀ ଶିବ ଶଙ୍କର ପାତ୍ର ,୩- ଝାଡ଼ବନ୍ଧ ମଣ୍ଡଳ ସଭାପତି ଶ୍ରୀ ଜିତେନ୍ଦ୍ର ବିଷୋୟୀ ଓ  ମଣ୍ଡଳ ପ୍ରତିନିଧି ଶ୍ରୀ ଗରିବ ନାୟକ, ୪-ପାଟପୁର ମଣ୍ଡଳ ସଭାପତି ଶ୍ରୀ ଗଜେନ୍ଦ୍ର ଭୁଁଆ ଓ ମଣ୍ଡଳ ପ୍ରତିନିଧି ସୁକାନ୍ତ କୁମାର ଖୁଣ୍ଟିଆ, ୫- ରାମଚନ୍ଦ୍ରପୁର ମଣ୍ଡଳ ସଭାପତି ଶ୍ରୀମତୀ କେ.ହେମଲତା ଦୋରା ଓ ମଣ୍ଡଳ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ୬-କଂକରଡ଼ା ମଣ୍ଡଳ ସଭାପତି ଶ୍ରୀ ସଞ୍ଜୟ କୁମାର ପ୍ରଧାନ ଓ ମଣ୍ଡଳ ପ୍ରତିନିଧି ଶ୍ରୀ ଦୁଷ୍ମନ୍ତ ବିଷୋୟୀ ,୭- ପୋଡାମାରି ମଣ୍ଡଳ ସଭାପତି ଶ୍ରୀ ସନାତନ ନାୟକ ଓ ମଣ୍ଡଳ ପ୍ରତିନିଧି ଶ୍ରୀ ବାଳକୃଷ୍ଣ ନାୟକ... |*


*ଶଙ୍କର ପାଣିଗ୍ରାହୀ ଙ୍କ ରିପୋର୍ଟ*

Post a Comment

Previous Post Next Post