କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ ମୋ ନିୟୁଜ ଓଡିଶା
ଆଜିର ସମୟରେ ଫାଇଲେରିଆ ଏକ ମାରାତ୍ମକ ରୋଗ ହୋଇ ସମାଜରେ ମୁଣ୍ଡଟେକି ଥିବା ବେଳେ ସରକାର ଏହାର ନିରାକରଣ ପାଇଁ ଚାରି ବର୍ଷ ହେଲା ନିରନ୍ତର ଚେଷ୍ଟା ଚଳାଇ ଆସୁଛନ୍ତି । ଏହା ମଶାବାହିତ ରୋଗ ଏବଂ ଏହା ମାଲେରିଆ ଠାରୁ ଆହୁରି ମାରାତ୍ମକ ବୋଲି କୁହାଯାଏ । ଏହାକୁ ରୋକିବା ପାଇଁ ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପ୍ରକଳ୍ପ ଜରିଆରେ ଜିଲ୍ଲାବ୍ୟାପି ଏକ ମିଶନ ଭାବେ ଏମ୍.ଡି.ଏ. କାର୍ଯ୍ୟକ୍ରମ ୧୦ ଫେବୃଆରୀ ଠାରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପ୍ରକଳ୍ପ ର ଜିଲ୍ଲା ଅଧିକାରି କୁମୁଦ ଚନ୍ଦ୍ର ସାହୁ ଏହାର ସମ୍ପୂର୍ଣ୍ଣ ଦାୟୀତ୍ୱ ନେଇଛନ୍ତି । ଏହି ପରପ୍ରେକ୍ଷୀ ରେ ଜିଲ୍ଲାର ସମସ୍ତ ବ୍ଲକରେ ସ୍ୱେଛାସେବି ମାନଙ୍କୁ ଚୟନ କରି ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାଢି ଙ୍କ ତତ୍ୱାବଧାନରେ ତାଲିମ୍ ଦେବା ସହିତ ଘରକୁ ଘର ବୁଲି ଓ ବିଭିନ୍ନ ସଭାସମିତି ରେ ଉପସ୍ଥିତ ରହି ପ୍ରାଏ ୨୦ ଦିନ ଆଗରୁ ସଚେତନତା ସୃଷ୍ଟି ନିମନ୍ତେ ପ୍ରୟାଶ କରାଯାଉଛି । ସେଥିମଧ୍ୟରୁ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଫୁଲବାଣୀ, ଟିକାବାଲୀ, ଖଜୁରିପଡା ଓ ଫିରିଙ୍ଗିଆ ବ୍ଲକର ଗ୍ରାମାଂଚଳ ସହିତ ଫୁଲବାଣୀ ମୁନିସିପାଲିଟି ରେ ମୋଟ ୨୩ ଜଣ ସ୍ୱେଛାସେବୀ ଙ୍କୁ ନିଯୁକ୍ତି କରି ଏହି ଅଭିଯାନ ରେ ସାମିଲ ହେବା ସହ ପ୍ରତ୍ୟେକ ଗ୍ରାମାଂଚଳରେ ପରିଚାଳିତ ହେଉଥିବା ଅନ୍ୟାନ୍ୟ ପ୍ରକଳ୍ପ ର କର୍ମଚାରୀ ମାନଙ୍କୁ ମଧ୍ୟ ସଚେତନତା ପାଇଁ କାମରେ ନିୟୋଜିତ କରିଛନ୍ତି । ଆମ ଜିଲ୍ଲା, ବ୍ଲକ୍, ପଂଚାୟତ ଓ ଗ୍ରାମରୁ ଫାଇଲେରିଆ କୁ ହଟାଇବା ମୂକ୍ଷ୍ୟ ଲକ୍ଷ୍ୟ ବୋଲି ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ କହିଛନ୍ତି । ସାମୁହିକ ଭାବେ କେବଳ ଗର୍ଭବତୀ ମହିଳା, ୦୨ ବର୍ଷରୁ କମ୍ ଶିଶୁ ଓ ଅତିଶୟ ରୋଗରେ ପିଡିତ ବ୍ୟକ୍ତିଙ୍କୁ ବାଦ ଦେଇ ଅନ୍ୟ ସମସ୍ତ ବ୍ୟକ୍ତି ଡି.ଈ.ସି. ଓ ଆଲ୍ବେଣ୍ଡାଜଲ ଭଳି କୃମିନାଶକ ବଟିକା ପ୍ରତ୍ୟେକ ବର୍ଷ ପରିି ଏ ବର୍ଷ ମଧ୍ୟ ଖାଇଲେ କ୍ୟୁଲେକ୍ସ ମଶା ଦ୍ୱାରା ବ୍ୟାପୁଥିବା ଏହି ମାରାତ୍ମକ ରୋଗକୁ ଦୂରେଇ ହେବ ବୋଲି ସାଧାରଣରେ ବାର୍ତା ଦିଆ ଯାଉଛି । ଅନୁଷ୍ଠାନ ତରଫରୁ ବରିଷ୍ଠ କର୍ମୀ ବିଶ୍ୱରଞନ କର ପାରିଚାଳନା କରୁଥିବା ବେଳେ ଅନ୍ୟମାନଙ୍କ ସହିତ ଗୌତମ ପ୍ରଧାନ, ନୁତନ୍ୟ ସବର, ଜୟରାମ ମଲ୍ଲିକ, ଦିପେଶ ମହାକୁଡ, ଗୁପ୍ତେଶ୍ୱର ବେହେରା ପ୍ରମୁଖ ସୋସିଆଲ୍ ମୋବିଲାଇଜର୍ ଭାବେ କାର୍ଯ୍ୟ କରୁଛନ୍ତି ।


