ଭଞ୍ଜନଗର ବ୍ଳକ ସିଆରସିସି ମାନଙ୍କ ବନ୍ଧୁ ମିଳନ ଓ ପହିଲି ଭୋଗ ସେବନ କାର୍ଯ୍ୟକ୍ରମ

ଭଞ୍ଜନଗର ମୋ ନିୟୁଜ ଓଡିଶା : ଭଞ୍ଜନଗର ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ସିଆରସିସିମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବ୍ଳକ ବ୍ରାହ୍ମଣପଦର ନିକଟସ୍ଥ ମାଁ ଡାଲଖାଇଙ୍କ ମନ୍ଦିର ପ୍ରାଙ୍ଗଣ ଠାରେ ସମସ୍ତ ସିଆରସିସିଙ୍କର ଏକ ବନ୍ଧୁ ମିଳନ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମାଁ ଡାଲଖାଇଙ୍କ ପହିଲି ଭୋଗ ପ୍ରସାଦ ସମସ୍ତେ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଳକ୍‌ର ୧୬ ଟି କ୍ଲଷ୍ଟରର ସମସ୍ତ ସିଆରସିସି ଯଥା ବୈରାଗୀ ଗୌଡ଼, ସୁରେନ୍ଦ୍ର ପ୍ରଧାନ, ମହେଶ୍ୱର ପାତ୍ର, ଗଣେଶ୍ୱର ବେହେରା, ସୁଜିତ କୁମାର ଗୌଡ଼, ଅଜିତ୍ କୁମାର ଗୌଡ଼, ଅବିନାଶ ପଣ୍ଡା, ଅନୁପମା ସାହୁ, ବିଭୂ ପ୍ରସାଦ ମହାପାତ୍ର, ମନୋଜ କୁମାର ଗୌଡ଼, ସୁଶାନ୍ତ କୁମାର ସାହୁ, ମନ୍ମଥ କୁମାର ବିଷୋୟୀ, ସୁରେନ୍ଦ୍ର ଗୌଡ଼, ସୁଲଗ୍ନା ସୁଆଁର, କାଳୀ ଶଙ୍କର ସାହୁ ଏବଂ ଦ୍ୱିତୀକୃଷ୍ଣ ଲେଙ୍କା ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ନୂତନ ଭାବେ ନିଯୁକ୍ତି ପାଇଥିବା ବ୍ରାହ୍ମଣପଦର ସିଆରସିସି ବୈରାଗୀ ଗୌଡ଼ଙ୍କୁ ସ୍ୱାଗତ କରାଯାଇଥିଲା।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post