ଭଞ୍ଜନଗର:ମୋ ନିୟୁଜ ଓଡିଶା ଗାଲେରୀସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା କୋ ୟୁନିଟ ଦ୍ୱାରା ସ୍ୱାମୀ ବିବେକାନନ୍ଦ ଜନ୍ମଜୟନ୍ତୀ ବା ବିଶ୍ୱ ଯୋଗ ଦିବସ ପାଳନ ହୋଇଯାଇଛି। ପ୍ରୋଗ୍ରାମ ଅଫିସର ଦୁର୍ଗା ମାଧବ ଦାଶଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଡ. ଲତିକା ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ବିବେକାନନ୍ଦଙ୍କ ମହାନତା, ଆମ ଭାରତୀୟ ସନାତନ ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରିବା ସହିତ ଯୁବ ସମାଜକୁ ବିତରଣ କରିଥିବା ଜ୍ଞାନାଦର୍ଶ ସମ୍ପର୍କରେ ମୁଖ୍ୟ ଅତିଥି ଓ ଉପସ୍ଥିତ ଥିବା ଛାତ୍ରଛାତ୍ରୀ, ଭଲ୍ୟୁଣ୍ଟର ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସଙ୍ଗୀତା, ଶୟନ, ପବିତ୍ର, ସାଗର, ସମୀର, ସୁମନ, ବଙ୍ଗାଳୀ, ବିରୁପାକ୍ଷ ଆଦି ସହଯୋଗ କରିଥିଲେ। ପ୍ରୋଗ୍ରାମ ଅଫିସର ଶ୍ରୀ ଦାଶ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଲକିଡ଼୍ର ମାଧ୍ୟମରେ ଛାତ୍ରୀ ଅଞ୍ଜଳି ରାଣୀ ତ୍ରିପାଠୀଙ୍କୁ ବିବେକାନନ୍ଦଙ୍କ ଜୀବନୀ ଗ୍ରନ୍ଥ ପ୍ରଦାନ କରାଯାଇଥିଲା।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


