ଡାକ୍ତରଖାନା ଅବ୍ୟବସ୍ଥାର ଯାଞ୍ଚ ପାଇଁ ପହଞ୍ଚିଲେ ଜିଲ୍ଲାପାଳ

ଗଜପତି ମୋ ନିୟୁଜ ଓଡିଶା (ମନୋଜ ପାଢୀ):ଗଜପତି ଜିଲ୍ଲାର କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଅବ୍ୟବସ୍ଥା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ଗତକାଲି ସନ୍ଧ୍ୟାରେ ହଠାତ କାଶୀନଗର ଡାକ୍ତରଖାନାରେ ପହଂଚି ଅନୁଧ୍ୟାନ କରୁଥିବା ଜଣାଯାଇଛି ।

କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଉନଥିବା ନେଇ ଲୋକେ ଅଭିଯୋଗ କରିଥିଲେ । ଏନେଇ ଜିଲ୍ଲାପାଳ ବିଜୟ କୁମାର ଦାସ ଗତକାଲି ସନ୍ଧ୍ୟାରେ ହଠାତ ପରିଦର୍ଶନ କରି ଅବ୍ୟବସ୍ଥା ବିଷୟରେ ତଦନ୍ତ କରିଥିଲେ । ସାଥିରେ ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଅଲ୍ଲୀ ମଧ୍ୟ ରହିଥିବା ଜଣାପଡିଛି । ଅବ୍ୟବସ୍ଥା ସମ୍ପର୍କରେ ତଦନ୍ତ ସମୟରେ ଘଟଣା ସତ ବୋଲି ସେ ହୃଦୟଙ୍ଗମ କରିଥିବା ମଧ୍ୟ ସୂଚନା ମିଳିଛି. ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ମିଶ୍ର ଉପସ୍ଥିତି ରହି ଘଟଣା ସମ୍ପର୍କରେ ଅବଗତ କରିଥିବା ଜଣାଯାଇଛି।

Post a Comment

Previous Post Next Post