ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଘ, ଗଂଜାମ ଜିଲ୍ଲା ଶାଖାର କାର୍ଯ୍ୟକାରୀ କମିଟି ବୈଠକ

  ମୋ ନିୟୁଜ ଓଡିଶା ତା୦୮.୦୧.୨୦୨୫ ରିଖରେ ସହୀଦ ଲଷ୍ମଣ ନାୟକ କାମୁନିଟି ହଲଠାରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଘ ଗଂଜାମ ଜିଲ୍ଲା ଶାଖାର କାର୍ଯ୍ୟକାରୀ କମିଟିର ବୈଠକ ସଭାପତି ଡି.ମୋହନ ରାଓ ଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ସଂଗଠନର ଜନୈକ ସଭ୍ୟ କେ. ନରସିଂହ ରାଓଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରି ଏକମିନିଟ ନୀରବତାରକ୍ଷା କରାଯାଇଥିଲା। ସଭାପତି ଗଂଜାମ ଜିଲ୍ଲାଶାଖାର ୨୦୨୫ ବର୍ଷର କେଲେଣ୍ଡର ଅନାବରଣ କରିଥିଲେ ଓ କମିଟିର ଆଲୋଚ୍ୟ   ବିଷୟ ଯଥା ବାର୍ଷିକ ସମ୍ମିଳନୀ, ଦବୀପୁରଣପାଇଁ  ଆଗାମୀ ବର୍ଷ ପାଇଁ ବିଭିନ୍ନ ପଦକ୍ଷେପ ଓ ସାଙ୍ଗଠନିକ କାର୍ଯ୍ୟ ବିଷୟରେ କହିଥିଲେ। 

ସମ୍ପାଦକ ଶ୍ରୀ ଶଙ୍କର୍ଷଣ  ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରି ଥିଲେ। କୋଷାଧକ୍ଷ ନିରାକାର ସାବତ ପାଣ୍ଠି ଆଦାୟ ଓ ଖର୍ଚର ହିସାବ ରଖିଥିଲେ।


୯ଦଫା ଦାବୀ ପୁରାଣ ପାଇଁ ଆନ୍ଦୋଳନକୁ କ୍ଷୀପ୍ରକରିବା ପାଇଁ ଆମରଣ ଅନଶନ କାର୍ଯ୍ୟକ୍ରମ ହାତକୁ ନେବା ବ୍ୟତୀତ ଅନ୍ୟପନ୍ଥା ନାହିଁ ଓ ଅନଶନରେ ବସିବାକୁ ପ୍ରସ୍ତୁତ ଥିବା  ପୂର୍ବତନ ସଭାପତି କେ.ନନ୍ଦେଷୁ ସେନାପତି ପ୍ରସ୍ତାବ ରଖିଥିଲେ। ସେହିପରି ପୁରୁଖା ସଭ୍ୟ ASN ଗୁପ୍ତା ମଧ୍ୟ ଆମରଣ ଅନଶନରେ ବସିବାକୁ ପ୍ରତିଶୃତି ଦେଇଥିଲେ ଓ ଏହା ରାଜ୍ୟ କମିଟିରେ ପ୍ରସ୍ତାବ ରଖି ଓ ଏହାକୁଗୃହୀତ  କରିବାପାଇଁ ସଭାପତିଙ୍କୁ ଅନୁରୋଧ କରିଥିଲେ। ଡି. ଗୁରୁମୁର୍ତି ପାତ୍ର, ପି.କେ.ଦାସ,ରହିମ ଖାନ୍, ନାରାୟଣ ପାଣିଗ୍ରାହୀ ଓ ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର ବକ୍ତବ୍ୟ ରଖିଥିଲେ। ରମାନନ୍ଦ ଚୌଧୁରୀ, ସୂର୍ଯ୍ୟନାରାୟଣ ପାତ୍ର,ଦଣ୍ଡପାଣି ପାଢ଼ୀ, ବସନ୍ତ କୁମାର ପାତ୍ର, ଦଣ୍ଡପାଣି ପାଢ଼ୀ, ପୁରୁଷୋତ୍ତମ ବେହେରା, ଡି.ରାମେୟା, ଦେବରାଜ ଖଟୁଆ, ବିଜୟ କୁମାର ପଣ୍ଡା,ଭଜରାମ ସାହୁ,ପୂର୍ଣ୍ଣଚନ୍ଦ୍ର ବେହେରା, ସୀମାଞ୍ଚଳ ପାତ୍ର,କନ୍ଧପାଣି ରେଡ୍ଡୀ, ନରସିଂହା ଡାକୁଆ,କବିରାଜ ସାହୁ କୈଳାଶ ଚନ୍ଦ୍ର ସାହୁ, ସୋମନାଥ ସାହୁ,ସୋମନାଥ ବେହେରା, ଦୁର୍ଗା ପ୍ରସାଦ ରଣା,ଭଗବାନ ସାହୁ, କେ.ଚନ୍ଦ୍ରା ରାଓ,ବି.ସି. ଚୌଧୁରୀ, ବିଜୟ କୁମାର ବେହେରା, ବିଶ୍ୱନାଥ ସାହୁ।  ନିଳାଚଳ ମିଶ୍ର ଧନ୍ୟବାଦ ଦେଇଥିଲେ।

Post a Comment

Previous Post Next Post