ମୋବାଇଲ ଦୋକାନରୁ କାନ୍ଥ ଭାଙ୍ଗି କୋଟିଏ ରୁ ଉର୍ଦ୍ଧ ଟଙ୍କାର ମୋବାଇଲ ଫୋନ ଲୁଟି ନେଲେ ଦୁର୍ବୃତ୍ତ ।

 


ମାଲକାନଗିରି ତା ୦୮/୦1 ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ସଦର ମହକୁମା ମେଡିକାଲ ଛକ ନିକଟ ଓମ ମୋବାଇଲ କେୟାର ଭିତରୁ ଗତ କାଲି ରାତିରେ ପ୍ରାୟ ଦେଢ କୋଟି ଟଙ୍କାର ନାମି ଦାମି ମୋବାଇଲ ଚୋରି କରି ନେଇଛି ଚୋର । ଖବର ପାଇ ପୋଲିସ ପହଂଚି ସିସିଟିଭି କେମେରା ରେ ଚୋରି କରିବାର ସଂପୂର୍ଣ୍ଣ ଭିଡିଓ ରେକର୍ଡ ହୋଇଥିବା ଦେଖି ତଦନ୍ତ ଆରମ୍ଭ କରିଥିଲା ।ସିସିଟିଭି କେମେରା ରେ ଦୁଇ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ କାନ୍ଥ ଭାଙ୍ଗିବା ପରେ ଏକ ଛୋଟିଆ ଛିଦ୍ର ଦେଇ ଦୋକାନ ଭିତରେ ପଶି ବିଭିନ୍ନ କମ୍ପାନୀର ଦାମି ଦାମି ମୋବାଇଲ ଚୋରି କରି ନେଇଛି । ହେଲେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବି ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡରେ ଚୋର ଛାଡି ଯାଇଥିବା ବେଳେ । ଅନ୍ୟ ସବୁ ମୋବାଇଲ ଦୋକାନ  ସାମନାରେ ଥିବା ଏକ ଛୋଟିଆ ଜଙ୍ଗଲ ଭିତରେ ନେଇ ସମସ୍ତ ଖୋଳ ଫୋପାଡି ଦେଇ ଚୋର କେବଳ ମୋବାଇଲ ନେଇ ଫେରାର ହୋଇ ଯାଇଥିବା ଜଣାପଡିଛି । ଏହି ସବୁ ପେକେଟ ଜବତ କରି ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Post a Comment

Previous Post Next Post