ମୋହନା ମହୋତ୍ସବକୁ ନେଇ ବିଡ଼ିଓ ରାଜୀବ ଦାସ ଙ୍କ ବୈଠକ l

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା :6/12(ମନୋଜ କୁମାର ପାଢୀ  )ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ରେ ଥିବା ସଭା ଗୃହରେ ମୋହନା ମହୋତ୍ସବ କୁ ମୋହନା ବିଡ଼ିଓ ରାଜୀବ ଦାସ ଅଧ୍ୟକ୍ଷତା ରେ ସରପଞ୍ଚ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ମାସ ୧୨ ଓ ୧୩ ତାରିଖ ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ କିଭଳି ସଫଳ ହେବ ତାହା ଆଲୋଚନା କରାଯାଇଥିଲା। ବ୍ଲକ୍ ରେ ୩୯ ଗୋଟି ଗ୍ରାମ ପଞ୍ଚାୟତ ରୁ କିଭଳି ଭାବେ ଲୁଚି ରହିଥିବା ପ୍ରତିଭା କୁ ଉନ୍ମଚନ କରାଯିବ ବିଡ଼ିଓ ରାଜୀବ ଦାସ ସମସ୍ତ ସରପଞ୍ଚ ଙ୍କୁ କହିଥିଲେ। ତାହା ସହ ଉତ୍ସବ ରେ ଶାନ୍ତି ଶୃଙ୍ଖଳା ସହ କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପୋଲିସ୍ , ମେଡିକାଲ୍ ଓ ଅଗ୍ନିଶମ ବିଭାଗ ର କର୍ମଚାରୀ ଙ୍କ ସହ ଆଲୋଚନା କରାଯାଇଥିଲା।

Post a Comment

Previous Post Next Post